Get Updates
Get notified of breaking news, exclusive insights, and must-see stories!

ସାବରକରଙ୍କୁ ଭାରତ ରତ୍ନ ଦେବା ଓ ଚର୍ଚ୍ଚଗେଟର ନାମ ପରିବର୍ତ୍ତନ କରିବା ନେଇ 'ଶିବସେନା'ର ପ୍ରଥମ ବୈଠକରେ ପ୍ରସ୍ତାବ

ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ୍ । ଶିବସେନା ଦାବି କରିଛି ଯେ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ - ଭାରତ ରତ୍ନ ସମ୍ମାନିତ କରାଯାଉ ।

eknath shinde

ମୁମ୍ବାଇ: ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ୍ । ଶିବସେନା ଦାବି କରିଛି ଯେ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ - ଭାରତ ରତ୍ନ ସମ୍ମାନିତ କରାଯାଉ । ଏହା ବ୍ୟତୀତ ଦଳର ପ୍ରଥମ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଶିବସେନା କହିଛି ଯେ ମୁମ୍ବାଇରେ ଚର୍ଚ୍ଚ ଗେଟ୍ ନାମ ମଧ୍ୟ ପରିବର୍ତ୍ତନ କରାଯିବ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନା ପକ୍ଷରୁ କୁହାଯାଇଛି ଯେ ହିନ୍ଦୁତ୍ୱ ଆଦର୍ଶବାଦୀ ଭି.ଡି ସାବରକର ଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବା ଉଚିତ । ବିଶେଷ କଥା ହେଉଛି ନିର୍ବାଚନ ଆୟୋଗଙ୍କ ସ୍ୱୀକୃତି ପରେ ପ୍ରଥମ ଥର ପାଇଁ ଶିବସେନାର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏକନାଥ ସିନ୍ଦେଙ୍କୁ ଦଳର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ନିର୍ବାଚନ କମିଶନ ନିକଟରେ ତାଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ରୂପରେ ମାନ୍ୟତା ଦେଇଥିଲେ ଏବଂ ତାଙ୍କୁ ଧନୁ ଓ ତୀର ନିର୍ବାଚନୀ ଚିହ୍ନ ମଧ୍ୟ ଦେଇଥିଲେ ।

ଶିବସେନା ବୈଠକ ପରେ ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି ଯେ ଜାତୀୟ କାର୍ଯ୍ୟନିର୍ବାହୀ ସିଏମ ସିନ୍ଦେଙ୍କୁ ଦଳର ମୁଖ୍ୟ ଭାବରେ ମନୋନୀତ କରିଛନ୍ତି । ଶିବସେନା ସଭାପତି ଏକନାଥ ସିନ୍ଦେ ହେବେ । ଏହି ବୈଠକରେ ଆଲୋଚନା ହୋଇଥିବା ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ମହାରାଷ୍ଟ୍ରର ସ୍ଥାନୀୟ ଲୋକଙ୍କୁ 80 ପ୍ରତିଶତ ନିଯୁକ୍ତି ଯୋଗାଇବା । ସ୍ଥାନୀୟ ଯୁବକମାନଙ୍କ ପାଇଁ ସମସ୍ତ ପ୍ରକଳ୍ପରେ 80 ପ୍ରତିଶତ ଚାକିରି ରହିବ । ମରାଠୀ ଭାଷାକୁ ଅଭିଜାତ ଭାଷାର ମାନ୍ୟତା ଦିଆଯିବ । ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଏବଂ ମହାରାଷ୍ଟ୍ର ଜନସେବା ଆୟୋଗ (MPSC) ର ମରାଠୀ ଛାତ୍ରମାନଙ୍କୁ ଦୃଢ ସମର୍ଥନ ମିଳିବ ।

ଏହା ମଧ୍ୟ ଏକ ମଜାଦାର ଘଟଣା ଯେ ପୂର୍ବତନ ଶିବସେନା ମୁଖ୍ୟ ତଥା ପୂର୍ବତନ ସିଏମ୍ ଉଦ୍ଧବ ଠାକରେଙ୍କ ଦଳ ମଧ୍ୟ ସାବରକରଙ୍କ ପାଇଁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ଦାବି କରିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଗତ ସପ୍ତାହରେ ନିର୍ବାଚନ ଆୟୋଗ ଏକନାଥ ସିନ୍ଦେ ଦଳକୁ ଶିବସେନା ର ନାମ ଏବଂ ଦଳର ନିର୍ବାଚନୀ ଚିହ୍ନ ଧନୁ-ତୀର ଦେବାକୁ ନିଷ୍ପତ୍ତି ନେଇଥିଲେ । ଗତ ବର୍ଷ ସିନ୍ଦେଙ୍କ ବିଦ୍ରୋହ ପରଠାରୁ ଦଳର ନାମ ଓ ପ୍ରତୀକକୁ ନେଇ ବିବାଦ ଲାଗି ରହିଥିବା ଉଦ୍ଧବ ଠାକରେ ଦଳ ପାଇଁ ଏହି ନିଷ୍ପତ୍ତି ଏକ ବଡ଼ ପ୍ରତିବନ୍ଧକ । ECI ର ନିଷ୍ପତ୍ତି ପରେ ଉଦ୍ଧବ ଠାକରେ ଦଳ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+