Get Updates
Get notified of breaking news, exclusive insights, and must-see stories!

ନୀତିଶଙ୍କୁ ନେଇ ଏମିତି କହିଲେ ସଞ୍ଜୟ ରାଉତ୍ : 'ନୀତୀଶ କୁମାରଙ୍କ ଆତ୍ମା ​​ଆମ ସହିତ ଅଛି ... ମୁଁ ଜାଣେ'

ମୁଁ ନୀତୀଶ କୁମାରଙ୍କ ପ୍ରତି କୃତଜ୍ଞ । ସେ ସର୍ବଦା ଜଣେ ଆଦର୍ଶ ନେତା ହୋଇଆସୁଛନ୍ତି । ଆଜି ସେ ସରକାରଙ୍କ ସହ ଅଛନ୍ତି କିନ୍ତୁ ତାଙ୍କ ଆତ୍ମା ​​ଆମ ସହିତ ଅଛନ୍ତି ... ମୁଁ ଜାଣେ ।

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ସମୟରେ ପେଗାସସ୍ ମାମଲାକୁ ନେଇ ବିରୋଧୀ ଆରମ୍ଭରୁ ସରକାରଙ୍କୁ ଘେରି ରହିଥିବା ସହ ଏହାର ତଦନ୍ତ ଦାବି କରୁଛନ୍ତି । କିନ୍ତୁ ମୋଦୀ ସରକାର ଏହାକୁ କର୍ଣ୍ଣପାତ କରୁନଥିବା ସହ ଏହା ଆଲଚନାର ପ୍ରସଙ୍ଗ ନୁହଁ କହି ଏଡ଼ାଇ ଦେଇଛନ୍ତି । ଏସବୁ ମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଏନଡିଏ ସହଯୋଗୀ ନୀତିଶ କୁମାର ଏହି ମାମଲାରେ ବିରୋଧୀଙ୍କ ସାଥ୍ ଦେଇଛନ୍ତି । ଏହାପରେ ଶିବସେନା ସାଂସଦ ନୀତିଶଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ସାମ୍ନାକୁ ଆସିଛି ।

sanjay raut

ନୀତିଶ କୁମାରଙ୍କ ବୟାନ ପରେ ସଞ୍ଜୟ ରାଉତ ମଙ୍ଗଳବାର କହିଛନ୍ତି, "ମୁଁ ନୀତୀଶ କୁମାରଙ୍କ ପ୍ରତି କୃତଜ୍ଞ । ସେ ସର୍ବଦା ଜଣେ ଆଦର୍ଶ ନେତା ହୋଇଆସୁଛନ୍ତି । ଆଜି ସେ ସରକାରଙ୍କ ସହ ଅଛନ୍ତି କିନ୍ତୁ ତାଙ୍କ ଆତ୍ମା ​​ଆମ ସହିତ ଅଛନ୍ତି ... ମୁଁ ଜାଣେ । ଯଦି ନୀତିଶ କୁମାର କହୁଛନ୍ତି ଯେ 'ପେଗାସସ୍' ପ୍ରସଙ୍ଗର ଅନୁସନ୍ଧାନ କରାଯାଉ, ତେବେ ବିରୋଧୀ ଯାହା କହୁଛନ୍ତି ସେ ମଧ୍ୟ ଠିକ୍ ତାହା କହିଛନ୍ତି । ଅନ୍ତତଃପକ୍ଷେ ବର୍ତ୍ତମାନ ତ ମୋଦୀ ଜୀ ଶୁଣିବା ଉଚିତ୍ ।"

ସୋମବାର ପେଗାସସ୍ ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ହଟ୍ଟଗୋଳ ହୋଇଥିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନରେ ନୀତିଶ କୁମାର କହିଥିଲେ, 'ଗତ କିଛି ଦିନ ହେବ ଫୋନ୍ ଟ୍ୟାପିଂ ପ୍ରସଙ୍ଗ ଜାରି ରହିଛି । ସଂସଦରେ ଏହି ପ୍ରସଙ୍ଗ ଉଠାଯାଉଛି ଏବଂ ଗଣମାଧ୍ୟମରେ ମଧ୍ୟ ଖବର ଅଛି ... ତେଣୁ ଏହାକୁ ନିଶ୍ଚିତ ଭାବେ ଆଲୋଚନା କରିବା ସହ ଏହା ପ୍ରତି ଧ୍ୟାନ ଦେବା ଉଚିତ୍ । ଏହି ପ୍ରସଙ୍ଗରେ ଯାହା ସତ୍ୟ, ତାହା ଲୋକଙ୍କ ଆଗରେ ଆସିବା ଉଚିତ୍ । ଏ ସବୁ କିପରି ହୋଇପାରେ ତାହାର କୌଣସି ଗ୍ୟାରେଣ୍ଟି ନାହିଁ ଏବଂ ତାହା କେହି ଜାଣନ୍ତି ନାହିଁ । ତେଣୁ, ଏହି ସମଗ୍ର ବିଷୟର ଅନୁସନ୍ଧାନ କରାଯିବା ଉଚିତ ଏବଂ ପ୍ରତ୍ୟେକ ଦିଗକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।'

ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଥିଲା ପେଗାସସ୍ ମାମଲା

'ପେଗାସସ୍ ଗୁପ୍ତଚର' ରିପୋର୍ଟକୁ ନେଇ ଅଧିକାଂଶ କଂଗ୍ରେସ ଏବଂ ବିରୋଧୀ ଦଳ ସଂସଦରେ ମୋଦୀ ସରକାରଙ୍କ ଉପରେ ଆକ୍ରମଣ କରୁଥିବାବେଳେ ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି । ବରିଷ୍ଠ ସାମ୍ବାଦିକ ଏନ ରାମ, ଶଶି କୁମାର, ସିପିଏମ ସାଂସଦ ଜନ୍ ବ୍ରିଟାସ୍ ଏବଂ ଓକିଲ ଏମ.ଏଲ୍ ଶର୍ମା ଏହି ମାମଲାରେ ଏକ ପିଟିସନ ଦାଖଲ କରିଛନ୍ତି ଯାହା ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହେବ ।

ଏଥି ସହିତ ମଙ୍ଗଳବାର ଦିନ ଏଡିଟର୍ସ ଗିଲ୍ଟ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି । ଉଲ୍ଲେଖନୀୟ ଯେ, ଏନଏସଏର ଲିକ୍ ଡାଟାବେସ୍ ତାଲିକାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଏବଂ ଅଶ୍ୱିନୀ ବୈଷ୍ଣବ, ଅନିଲ ଅମ୍ବାନୀ ଏବଂ ପୂର୍ବତନ ସିବିଆଇ ମୁଖ୍ୟଙ୍କ ସମେତ 40 ସାମ୍ବାଦିକଙ୍କ ନାମ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+