ଦଳର ବିଧାୟକଙ୍କୁ ଉଦ୍ଧବଙ୍କ ହ୍ୱିପ୍, 5 ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ
ସନ୍ଧ୍ୟା 5 ଟା ସୁଦ୍ଧା ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବଙ୍କ ସରକାରୀ ବାସଭବନରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ଭିତରେ ଯଦି କୌଣସି ବିଧାୟକ ନପହଞ୍ଚନ୍ତି ତେବେ ସେ ଦଳରେ ନାହାଁନ୍ତି ବୋଲି ବିବେଚନା କରାଯଇବ ବୋଲି କୁହାଯାଇଛି ।
ନୁଆଦିଲ୍ଲୀ : ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି । ବଢୁଥିବା ସମ୍ୟାକୁ ଦୃଷ୍ଟିରେ ରଖି କ୍ଷମତା ବଜାୟ ରଖିବାକୁ ଶିବସେନା ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛି । ଏଥି ମଧ୍ୟରେ ଆଜି ଅପରହାନ 1 ଟା ରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ବୈଠକ ଡାକିଥିଲେ । ଏହା ପରେ ଶିବସେନା ସମସ୍ତ ବିଧାୟକଙ୍କୁ ହ୍ୱିପ୍ ଜାରି କରିଛି । ସନ୍ଧ୍ୟା 5 ଟା ସୁଦ୍ଧା ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବଙ୍କ ସରକାରୀ ବାସଭବନରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ଭିତରେ ଯଦି କୌଣସି ବିଧାୟକ ନପହଞ୍ଚନ୍ତି ତେବେ ସେ ଦଳରେ ନାହାଁନ୍ତି ବୋଲି ବିବେଚନା କରାଯଇବ ବୋଲି କୁହାଯାଇଛି । ତେଣୁ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି କୁହାଯାଇଛି।

ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା କିମ୍ବା ସରକାର ଭଙ୍ଗ ନେଇ କୌଣସି ପ୍ରସ୍ତାବ ଆସିନାହିଁ । ଏହା ସହିତ ବୈଠକ ଶେଷରେ ଉଦ୍ଧବ ଏହା ମଧ୍ୟ କହିଥିଲେ ଯେ ଆଗକୁ କ'ଣ ହେଉଛି ଦେଖାଯିବ । ତେବେ ଏହି ବେଠକରେ 5 ମନ୍ତ୍ରୀ ସାମିଲ ହୋଇନଥିଲେ ।
ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମୟରେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଟ୍ୱିଟ୍ କରି କହିଛନ୍ତି ଯେ ରାଜ୍ୟରେ ରାଜନୈତିକ ବିକାଶ ଯେଉଁ ଦିଗରେ ଅଗ୍ରଗତି କରୁଛି ସେହି ଦିଗରେ ବିଧାନସଭା ଭଙ୍ଗ ହୋଇପାରେ । ଶିବସେନାର ପ୍ରାୟ 40 ବିଧାୟକଙ୍କ ସହିତ ଏକନାଥ ସିନ୍ଦେ ବିଦ୍ରୋହ ସୃଷ୍ଟି କରିବା ପରେ ମହାବିକାଶ ଅଘାଡ଼ି ସରକାରଙ୍କୁ ବଡ଼ ଝଟକା ଲାଗିଛି ।
ଅପରପକ୍ଷରେ ଏକନାଥ ସିନ୍ଦେ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ବାଲାସାବେହ ଠାକ୍ରେଙ୍କ ଶିବସେନା ପରିତ୍ୟାଗ କରିନାହୁଁ କି କରିବୁ ନାହିଁ । ଆମେ ବାଲାସାହେବଙ୍କ ହିନ୍ଦୁତ୍ୱ ମାନି ଚଳୁଛୁ ଏବଂ ଏହି ଧାରାକୁ ଅଗ୍ରସର କରାଇବୁ ।
ହୋଟେଲ୍ରେ ବିଦ୍ରୋହୀମାନଙ୍କ ସହିତ ଆଲୋଚନା କରିବା ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଶିବସେନା ନେତା ମିଲିନ୍ଦ ନରୱେକର୍ ଏବଂ ରବୀନ୍ଦ୍ର ପାଠକଙ୍କୁ ପଠାଇବାର କିଛି ସମୟ ପରେ ଉପରୋକ୍ତ ବିଦ୍ରୋହୀ ବିଧାୟକମାନଙ୍କୁ ଗୌହାଟି ନିଆଯାଇଛି । 40 ଜଣ ସମଥର୍କଙ୍କୁ ନିଜ ପଟକୁ ନେବାରେ ସଫଳ ହୋଇଥିବା ସିନ୍ଦେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । କାରଣ ଏନସିପି ଓ କଂଗ୍ରେସ ସହ ମିଳିତ ସରକାର କରିବା ନେଇ ଶିବସେନାକୁ ସେ ସମାଲୋଚନା କରିଛନ୍ତି ।












Click it and Unblock the Notifications