'ଶିବସେନାର ନାଁ ଏବଂ ଚିହ୍ନ ପାଇଁ 2 ହଜାର କୋଟିର ଡିଲ୍' ହୋଇଥିବା ଅଭିଯୋଗ ଆଣିଲେ ସଞ୍ଜୟ ରାଉତ
ବିଜେପି ଏବଂ ଏକନାଥ ସିନ୍ଦେ ଦଳ ଉପରେ ଏକ ବଡ ଅଭିଯୋଗ କରି ସଞ୍ଜୟ ରାଉତ କହିଛନ୍ତି ଯେ ଶିବସେନାର ନାମ ଓ ଚିହ୍ନ ପାଇବା ପାଇଁ 2,000 କୋଟି ଟଙ୍କା ମୂଲ୍ୟର ଚୁକ୍ତି କରାଯାଇଛି ।

ମୁମ୍ବାଇ: ଶିବସେନାର ନିର୍ବାଚନୀ ଚିହ୍ନ ଏବଂ ନାଁ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି । ଦଳର ଚିହ୍ନ ଓ ନାଁ ସିନ୍ଦେ ଗୋଷ୍ଠୀକୁ ମିଳିବା ପରେ ବିବାଦ ଆହୁରି ବଢିଯାଇଛି । ଏହି ସମୟରେ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ବିଜେପି ଏବଂ ଏକନାଥ ସିନ୍ଦେ ଦଳ ଉପରେ ଏକ ବଡ ଅଭିଯୋଗ କରି ସଞ୍ଜୟ ରାଉତ କହିଛନ୍ତି ଯେ ଶିବସେନାର ନାମ ଓ ଚିହ୍ନ ପାଇବା ପାଇଁ 2,000 କୋଟି ଟଙ୍କା ମୂଲ୍ୟର ଚୁକ୍ତି କରାଯାଇଛି ।
ସଞ୍ଜୟ ରାଉତ କହିଛନ୍ତି, ''ମୁଁ ମୋର ଟ୍ୱିଟ୍ ମାଧ୍ୟମରେ ଦେଶକୁ ସୂଚନା ଦେଇଛି । ଯେଉଁଭଳି ଭାବରେ ଆମର ନିର୍ବାଚନୀ ଚିହ୍ନ ଏବଂ ଶିବସେନାର ନାମ ନିଆଯାଇଛି, ଏହା ଏକ ବ୍ୟବସାୟିକ ଚୁକ୍ତି । ଯେଉଁଥିରେ 6 ମାସ ମଧ୍ୟରେ 2000 କୋଟି ଟଙ୍କା କାରବାର କରାଯାଇଛି । ଏହା ମୋର ପ୍ରାରମ୍ଭିକ ଅନୁମାନ ।''
ସଞ୍ଜୟ ରାଉତ କହିଛନ୍ତି, ''ସେହି ଦଳ, ନେତା ତଥା ଅସାଧୁ ଗୋଷ୍ଠୀ ଯିଏ ବିଧାୟକଙ୍କ ପାଇଁ 50 କୋଟି, ସାଂସଦଙ୍କ ପାଇଁ 100 କୋଟି ଏବଂ ଆମ କର୍ପୋରେଟର କିଣିବା ପାଇଁ 50 ଲକ୍ଷରୁ 1 କୋଟିର ଟଙ୍କା ଦେବାକୁ କହୁଛନ୍ତି, ଆପଣ ସ୍ଥିର କରନ୍ତୁ ଯେ ଆମର ନାମ ଶିବସେନା ଏବଂ ନିର୍ବାଚନ ପ୍ରତୀକ ପାଇବାକୁ କେତେ ଟଙ୍କାର ଡିଲ୍ ହୋଇଥିବ ? ମୋର ସୂଚନା ଅନୁସାରେ ଏହା 2,000 କୋଟି ଟଙ୍କା ।''
मुझे यकीन है...
— Sanjay Raut (@rautsanjay61) February 19, 2023
चुनाव चिन्ह और नाम हासिल करने के लिए अब तक 2000 करोड़ के सौदे और लेन-देन हो चुके हैं...
यह प्रारंभिक आंकड़ा है और 100 फीसदी सच है..
जल्द ही कई बातों का खुलासा होगा.. देश के इतिहास में ऐसा कभी नहीं हुआ था.@ECISVEEP @PMOIndia pic.twitter.com/qokcT3LkBC
ସଞ୍ଜୟ ରାଉତ କହିଛନ୍ତି, "ମହାରାଷ୍ଟ୍ରର ଲୋକମାନେ ଅମିତ ଶାହା କ'ଣ କହୁଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ... ଯେଉଁମାନେ ସତ୍ୟ କିଣିବାକୁ କାମ କରନ୍ତି, ସେମାନେ ମିଥ୍ୟା ଏବଂ ସତ୍ୟ ବିଷୟରେ କ'ଣ କହୁଛନ୍ତି । ଏହାର ନିଷ୍ପତ୍ତି ନେବା କାମ ଜନତାଙ୍କର, ସମୟ ଆସିଲେ ସେମାନେ ଏହା କରିବେ । ଶିବସେନା କାହାର ଏବଂ କାହାର ହେବ ତାହା ମହାରାଷ୍ଟ୍ରର ଲୋକମାନେ ସ୍ଥିର କରିବେ । ମହାରାଷ୍ଟ୍ରରେ କିଏ ଜିତିବ ଏବଂ କିଏ ହାରିବ, ସମୟ ଆସିଲେ ଆମେ ଦେଖାଇବୁ । ଆମେ ବର୍ତ୍ତମାନ କିଛି କହିବୁ ନାହିଁ ।
ସଞ୍ଜୟ ରାଉତ କହିଛନ୍ତି, ''ମୁଁ ନିଶ୍ଚିତ ଯେ ଶିବସେନାର ନାଁ ଓ ଚିହ୍ନ ପାଇବା ପାଇଁ ଏପର୍ଯ୍ୟନ୍ତ 2000 କୋଟି ଟଙ୍କାର ଡିଲ୍ ହୋଇଛି । ଏହା ଏକ ପ୍ରାଥମିକ ଆକଳନ ଏବଂ 100 ପ୍ରତିଶତ ସତ୍ୟ । ଖୁବ୍ ଶୀଘ୍ର ଅନେକ ତଥ୍ୟ ପ୍ରକାଶ ପାଇବ ... ଏହା ଦେଶର ଇତିହାସରେ କେବେ ହୋଇ ନ ଥିଲା ।''
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications