Get Updates
Get notified of breaking news, exclusive insights, and must-see stories!

ଫ୍ଲୋର୍ ଟେଷ୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟ ଦ୍ୱାରସ୍ଥ ହେଲା ଶିବସେନା, ଆଜି ହେବ ଶୁଣାଣି

ରାଜନୈତିକ ସଙ୍କଟ ମଧ୍ୟରେ ବହୁମତ ପ୍ରମାଣ କରିବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିର୍ଦ୍ଦେଶ ଦେବା ପରେ ଏହାକୁ ଚ୍ୟାଲେଞ୍ଜ କରି ଶିବସେନା ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସୁପ୍ରିମ କୋର୍ଟ ମଧ୍ୟ ଏହି ଏବଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି

ମୁମ୍ବାଇ : ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ବହୁମତ ପ୍ରମାଣ କରିବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିର୍ଦ୍ଦେଶ ଦେବା ପରେ ଏହାକୁ ଚ୍ୟାଲେଞ୍ଜ କରି ଶିବସେନା ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସୁପ୍ରିମ କୋର୍ଟ ମଧ୍ୟ ଏହି ଏବଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଆଜି ଅପରାହ୍ନ 5 ଟା ରେ ଏହି ମାମଲାର ଶୁଣାଣି କରିବେ ସୁପ୍ରିମ କୋର୍ଟ ।

Shiv Sena

ଜୁନ୍ 30 ରେ ଫ୍ଲୋର୍ ଟେଷ୍ଟ ଦେବାକୁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ନିର୍ଦ୍ଦେଶକୁ ବେଆଇନ ଦର୍ଶାଇ ଶିବେସନା ଚିଫ୍ ହ୍ୱିପ୍ ସୁନୀଲ ପ୍ରଭୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଶିବେସନା ପକ୍ଷରୁ ଓକିଲ ଅଭିଷେକ ମନୁ ସିଂଭି କୋର୍ଚରେ ହାଜର ହୋଇ ଏହାର ଶୁଣାଣି କରିବାକୁ ଆବେଦନ କରିଥିଲେ । ଏହା ପରେ ଏହି ଆବେଦନର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମ କୋର୍ଟ ରାଜି ହୋଇ ମଙ୍ଗଳବାର ଅପରାହ୍ନ 5 ଟା ରେ ସମୟ ଦେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଗୃହରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିଛନ୍ତି । ଜୁନ୍ 30 ଅପରାହ୍ନ 5 ଟାରେ ତାଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳ ଉଦ୍ଧବ ଠକରେଙ୍କୁ କହିଛନ୍ତି । କେବଳ ଏତିକି ନୁହେଁ, ଗୃହର ପ୍ରକ୍ରିୟାର ଭିଡିଓ ରେକର୍ଡିଂ ପାଇଁ ରାଜ୍ୟପାଳ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଦେବେନ୍ଦ୍ର ଫଡନାଭିସ୍ ମଙ୍ଗଳବାର ଦିନ ରାଜ୍ୟପାଳଙ୍କୁ ଭେଟି କହିଛନ୍ତି ଯେ ଉଦ୍ଧବ ଠାକରେ ସରକାର ସଂଖ୍ୟାଲଘୁ ଅଛନ୍ତି, ଏହା ପରେ ରାଜ୍ୟପାଳ ଉଦ୍ଧବ ଠାକରେଙ୍କୁ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+