ଦଳୀୟ ଚିହ୍ନ ପାଇଁ ବିକଳ୍ପ ଦାଖଲ କରିବ ସିନ୍ଦେ ଗୋଷ୍ଠୀ
ସିନ୍ଦେ ଗୋଷ୍ଠୀ ଆଜି ନିର୍ବାଚନ କମିଶ ନିକଟରେ ଅନ୍ୟ 3 ଟି ଚିହ୍ନ ଦାଖଲ କରିବେ । ପୂର୍ବରୁ ଦାଖଲ କରାଯାଇଥିବା ତ୍ରିଶୂଳ, ଉଦିତ ସୂର୍ଯ୍ୟ ଓ ଗଦାକୁ ଇସି ଅଗ୍ରାହ୍ୟ କରିବା ପରେ ନୂଆ ଚିହ୍ନ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ ।
ମୁମ୍ବାଇ : ଶିବସେନାର ନାମ ଓ ନିର୍ବାଚନୀ ପ୍ରତୀକକୁ ନେଇ ସିନ୍ଦେ ଓ ଉଦ୍ଧବ ଗୋଷ୍ଟୀ ମଧ୍ୟରେ ଲାଗି ରହିଥିବା ସମସ୍ତ କନ୍ଦଳର ଅନ୍ତ ହୋଇଛି । ଦଳର ପୁରୁଣା ନାମ ଓ ନିର୍ବାଚନୀ ପ୍ରତୀକକୁ ନିର୍ବାଚନ କମିଶନ ରଦ୍ଦ କରିବା ପରେ ଉଦ୍ଧବ ଗୋଷ୍ଠୀକୁ ମିଳିଛି ନୂଆ ନାମ ଓ ପ୍ରତୀକ । ସେହିପରି ସିନ୍ଦେ ଗୋଷ୍ଠୀର ନାମ ବାଲାସାହେବଚି ଶିବସେନା ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସିନ୍ଦେ ଗୋଷ୍ଠୀ ପକ୍ଷରୁ ଦାଖଲ କରାଯାଇଥିବା ପ୍ରତୀକକୁ କମିଶନ ଖାରଜ କରିଦେଇଛି ।

ଏନେଇ ସିନ୍ଦେ ଗୋଷ୍ଠୀ ଆଜି ନିର୍ବାଚନ କମିଶ ନିକଟରେ ଅନ୍ୟ 3 ଟି ଚିହ୍ନ ଦାଖଲ କରିବେ । ପୂର୍ବରୁ ଦାଖଲ କରାଯାଇଥିବା ତ୍ରିଶୂଳ, ଉଦିତ ସୂର୍ଯ୍ୟ ଓ ଗଦାକୁ ଇସି ଅଗ୍ରାହ୍ୟ କରିବା ପରେ ନୂଆ ଚିହ୍ନ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଶିବସେନା ଉଦ୍ଧବ ଠାକେର ଗୋଷ୍ଠୀଙ୍କୁ ମିଳିଥିଲା ମଶାଲ ଚିହ୍ନ । ଏହା ସହ ତାଙ୍କ ଦଳର ନାମ ଶିବସେନା ଉଦ୍ଧବ ବାଲା ସାହେବ ଠାକରେ ରହିବ ବୋଲି କହିଥିଲେ କମିଶନ ।












Click it and Unblock the Notifications