ଉଦ୍ଧବ ଗୋଷ୍ଠୀକୁ ବଡ଼ ଝଟକା, ସିନ୍ଦେ ଗୋଷ୍ଠୀକୁ ମିଳିଲା ଶିବସେନାର ଚିହ୍ନ ଓ ନାମ
ଉଦ୍ଧବ ଗୋଷ୍ଠୀ ଉପରେ ଭାରୀ ପଡ଼ିଛି ସିନ୍ଦେ ଗୋଷ୍ଠୀ । ସିନ୍ଦେ ଗୋଷ୍ଠୀକୁ ମିଳିଛି ଶିବସେନାର ତୀର ଓ ଧନୁ ଚିହ୍ନ ।

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନାରେ ଲାଗି ରହିଥିବା ବିବାଦ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । ଏହା ପରେ ଗତ କିଛି ଦିନ ଧରି ଶିବସେନାର ଚିହ୍ନ ଓ ନାମ କୁ ନେଇ ଉଦ୍ଧହବ ଗୋଷ୍ଠୀ ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି ।
ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁସାରେ ଉଦ୍ଧବ ଗୋଷ୍ଠୀ ଉପରେ ଭାରୀ ପଡ଼ିଛି ସିନ୍ଦେ ଗୋଷ୍ଠୀ । ସିନ୍ଦେ ଗୋଷ୍ଠୀକୁ ମିଳିଛି ଶିବସେନାର ତୀର ଓ ଧନୁ ଚିହ୍ନ । ଏହା ଫଳରେ ଶିବସେନା ଦଳ ଠାକରେ ପରିବାର ହାତରୁ ଖସିଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।
ଆପଣଙ୍କୁ କହିରଖୁଛୁ ଶିବସେନାରେ ବିଦ୍ରୋହ ପରେ ସିନ୍ଦେ ବିଜେପି ସମର୍ଥନରେ ସରକାର ଗଠନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦଳର ନିର୍ବାଚନ ପ୍ରତୀକ ସେମାନଙ୍କ ସହ ରହିବା ଉଚିତ ବୋଲି ଉଦ୍ଧବ ଠାକରେ ଦଳ ଦାବି କରିଥିଲେ ।
ଗତ ବର୍ଷ ଏକନାଥ ସିନ୍ଦେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଓ ଦଳର ମୋଟ 55 ବିଧାୟକଙ୍କରୁ 40 ଜଣଙ୍କ ସମର୍ଥନ ଥିବା ଦାବି କରିଥିଲେ । ଏହା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ରାଜ୍ୟରେ ଚାଲିଥିବା ମହା ବିକାଶ ଅଘାଡି ସରକାର ଭାଙ୍ଗିଯାଇଥିଲା । ଏହା ପରେ ଏକନାଥ ଗୋଷ୍ଠୀ ବିଜେପି ସମର୍ଥନରେ ସରକାର ଗଢିଥିଲେ ଓ ଏକନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ତେବେ ଶିବସେନା ନାମ ଓ ଚିହ୍ନକୁ ନେଇ ଦୁଇପକ୍ଷ ନିର୍ବାଚନ କମିସନଙ୍କ ନିକଟକୁ ଯାଇଥିଲେ । ଅନ୍ତରୀଣ ସମୟ ପାଇଁ କମିସନ ଦୁଇ ଶିବିରଙ୍କୁ ଦୁଇଟି ଅସ୍ଥାୟୀ ନାମ ଦେଇଥିଲେ । ସିନ୍ଦେ ଗୋଷ୍ଠୀଙ୍କ ଦଳକୁ ବାଲାସାହେବଚି ଶିବସେନା ଓ ଉଦ୍ଧବ ଗୋଷ୍ଠୀଙ୍କୁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନାମ ଦିଆଯାଇଥିଲା ।












Click it and Unblock the Notifications