କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ଅଛନ୍ତି କି ଥରୁର ? ନିଜେ ରଖିଲେ ଉତ୍ତର
ଶଶି ଥରୁର କହିଛନ୍ତି, "ଲୋକମାନେ ନିଜ ଇଚ୍ଛାନୁସାରେ କଳ୍ପନା କରିବାକୁ ମୁକ୍ତ ଅଟନ୍ତି । ମୁଁ କେବଳ ମୋର ଆର୍ଟିକିଲରେ ଲେଖିଛି ଯେ ନିର୍ବାଚନ ଦଳ ପାଇଁ ଭଲ .., ମୁଁ କୌଣସି ଘୋଷଣା କରି ନାହିଁ ।"
ନୂଆଦିଲ୍ଲୀ : କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅକ୍ଟୋବର 17 ରେ ଅନୁଷ୍ଠିତ ହେବ । ଅକ୍ଟୋବର 19 ରେ କଂଗ୍ରେସ ଦଳର ନୂତନ ଅଧ୍ୟକ୍ଷ ଘୋଷଣା କରାଯିବ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ବିଷୟରେ ପଚରାଯିବାରୁ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର କହିଛନ୍ତି, "ଲୋକମାନେ ନିଜ ଇଚ୍ଛାନୁସାରେ କଳ୍ପନା କରିବାକୁ ମୁକ୍ତ ଅଟନ୍ତି । ମୁଁ କେବଳ ମୋର ଆର୍ଟିକିଲରେ ଲେଖିଛି ଯେ ନିର୍ବାଚନ ଦଳ ପାଇଁ ଭଲ .., ମୁଁ କୌଣସି ଘୋଷଣା କରି ନାହିଁ ।"

କେରଳ ରାଜନୀତିରେ ପ୍ରବେଶ କରିବାର ଯୋଜନା ଉପରେ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର କହିଛନ୍ତି, "ସମସ୍ତ ବିକଳ୍ପ ଖୋଲା ଅଛି । ମୁଁ ଜଣେ ଲୋକସଭା ସାଂସଦ । ଏପର୍ଯ୍ୟନ୍ତ ରାଜନୀତିରେ ମୋର ଧ୍ୟାନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ରହିଛି । ଯଦି ଦିନେ ରାସ୍ତା ଖୋଲିବ,କେହି ନା କହିବାକୁ ଚାହାଁନ୍ତି ନାହିଁ ।"












Click it and Unblock the Notifications