Get Updates
Get notified of breaking news, exclusive insights, and must-see stories!

ଶରଦଙ୍କ ଘରେ ବିରୋଧୀ ମେଳି, ଇଭିଏମ୍ କୁ ନେଇ ହେବ ଚର୍ଚ୍ଚା

sharad pawar

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ସହ କେତେକ ରାଜ୍ୟରେ ବିଦାନସଭା ନିର୍ବାଚନ ଥିବା ବେଳେ ଇଭିଏମ୍ କୁ ନେଇ ଉଠିଛି ଅନେକ ପ୍ରଶ୍ନ । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଇଭିଏମର ଦକ୍ଷତା ଓ ଇଭିଏମକୁ ନେଇ ଅନେକ ପ୍ରଶ୍ନ କରୁଛନ୍ତି ବିରୋଧୀ । ଏହି ସମୟରେ ଏହା ଉପରେ ଆଲୋଚନା କରିବା ପାଇଁ ଆଜି ଶରଦ ପାୱାରଙ୍କ ଘରେ ହେବ ବିରୋଧୀଙ୍କ ମେଳି । ଏନସିପି ସୁପ୍ରିମୋ ଶରଦ ପାୱାର ସମସ୍ତ ବିରୋଧୀ ଦଳଙ୍କୁ ଆମନ୍ତ୍ରଣ କରିଛନ୍ତି ।

ବିରୋଧୀ ମହାମେଣ୍ଟ ଓ ଇଭିଏମକୁ ନେଇ ପାଓ୍ୱାରଙ୍କ ଘରେ ଏକାଠି ହେବେ ତମାମ ବିରୋଧୀ ଦଳ ନେତା । ସନ୍ଧ୍ୟା 6 ରେ ବୈଠକ ବସିବ । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଇଭିଏମର ଦକ୍ଷତା ଓ ଇଭିଏମକୁ ନେଇ ରହିଥିବା ସନ୍ଦେହକୁ ସିଇସି ଦୂର କରନ୍ତୁ ବୋଲି ଶରଦ କହିଛନ୍ତି । ଏହି ସମୟରେ ଆଇଟି ବିଶେଷଜ୍ଞଙ୍କ ମତାମତ ନିଆଯିବ । ଏହା ପରେ ଏହାକୁ ନେଇ ଅନ୍ତିମ ମତ ଆସିବ ।

ଏହା ପୂର୍ବରୁ ଅନେକ ସାମାଜିକ କର୍ମୀ ଏବଂ ରାଜନୈତିକ ଦଳ ଇଭିଏମ୍ କୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହା ପରେ ସ୍ପଷ୍ଟ ଉତ୍ତର ରଖିବେ ବୋଲି କହିଥିଲେ ନିର୍ବାଚନ କମିଶନ ।

ଏହା ସହିତ 2024 ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ହେବାକୁ ଥିବା 6 ରାଜ୍ୟର ବିଧାନସଭା ନିର୍ବାଚନର ଗୁରୁତ୍ୱ ରହିଛି । ବିଧାନସଭା ନିର୍ବାଚନ ଫଳାଫଳ ଆଗାମୀ ଲୋକସଭା ନିର୍ବାଚନର ଫଳାଫଳ ଖଣ ହେବ ସେ ନେଇ ଏକ ପ୍ରକାର ସ୍ପଷ୍ଟ କରିବ । ସେପଟେ ବିଜେପି ବିରୋଧରେ ବିରୋଧୀ ମହାମେଣ୍ଟର ନେତୃତ୍ୱ କଂଗ୍ରେସକୁ ଦେବାକୁ କିଛି ଦଳର ଅସହମତି ଥିବା ବେଳେ ଟିଏମସି, ସମାଜବାଦୀ ପାର୍ଟି ଓ ବିଆରଏସ କିଛି ଭିନ୍ନ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+