Get Updates
Get notified of breaking news, exclusive insights, and must-see stories!

କ୍ୟାବିନେଟି ବିସ୍ତାର ଆଗରୁ ଇସ୍ତପା ଦେଉଛନ୍ତି ବିଭିନ୍ନ ମନ୍ତ୍ରୀ, ଜାଣନ୍ତୁ କିଏ କିଏ ଦେଇଛନ୍ତି ଇସ୍ତଫା

ମୋଦୀ ସରକାରର ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ ଦିଲ୍ଲୀରେ ରାଜନୈତିକ ମାହୋଲ ସରଗରମ୍ ହେବାରେ ଲାଗିଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଜଣକ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଉଥିବା ଖବର ଆସୁଛି ।

ନୂଆଦିଲ୍ଲୀ : ମୋଦୀ ସରକାରର ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ ଦିଲ୍ଲୀରେ ରାଜନୈତିକ ମାହୋଲ ସରଗରମ୍ ହେବାରେ ଲାଗିଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଜଣକ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଉଥିବା ଖବର ଆସୁଛି ।

pratap sarangi

କେନ୍ଦ୍ର ମନ୍ତ୍ରୀ ପଦରୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଇସ୍ତଫା ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ସେହିପରି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇଛନ୍ତି । ଶ୍ରମମନ୍ତ୍ରୀ ଗଙ୍ଗୱାରଙ୍କ ଇସ୍ତଫା ନେଇ ପିଟିଆଇ ସୂତ୍ରରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

ଏହାରି ମଧ୍ୟରେ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ 2019 ଲୋକସଭା ନିର୍ବାଚନରେ ବାଲେଶ୍ୱରରୁ ଜିତିବା ପରେ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ତାଙ୍କୁ ଏମଏସ୍‌ଏମଇ ସହ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା ।

ଏହାଛଡ଼ା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସଦାନନ୍ଦ ଗୌଡ଼ ମଧ୍ୟ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ ଆଜି ସନ୍ଧ୍ୟାରେ 43 ମନ୍ତ୍ରୀ କେନ୍ଦ୍ର କ୍ୟାବିନେଟରେ ଶପଥ ନେବେ । ଏହି ନୂଆ ମନ୍ତ୍ରୀମଣ୍ଡଳରେ କିଛି ନୂଆ ଚେହେରା ରହିବା ବେଳେ କିଛି ପୁରୁଣା ଚେହେରା ମଧ୍ୟ ଅନ୍ତର୍ଭୁକ୍ତ ହେବେ । ଏହି ସମ୍ପ୍ରସାରଣରେ କେତେକ ରାଜ୍ୟ ସ୍ତରୀୟ ମନ୍ତ୍ରୀ ପଦୋନ୍ନତି ପାଇବେ ଏବଂ ସେମାନଙ୍କୁ କ୍ୟାବିନେଟ ମାନ୍ୟତା ମନ୍ତ୍ରୀ କରାଯିବ, ତେଣୁ ସେମାନେ ପୁନର୍ବାର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।

କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ଭବିଷ୍ୟତ ମନ୍ତ୍ରୀମାନଙ୍କୁ ଭେଟିଛନ୍ତି । ପଦୋନ୍ନତି ପାଇଥିବା ରାଜ୍ୟ ମନ୍ତ୍ରୀମଧ୍ୟରେ ଅନୁରାଗ ଠାକୁର, ପୁରୁଷୋତ୍ତମ ରୁପାଲା, ମନସୁଖ ମାଣ୍ଡଭିଆ, କିରେନ ରିଜିଜୁ, ଆର କେ ସିଂ, ହରଦୀପ ସିଂ ପୁରୀ ଏବଂ ଜିକେ ରେଡ୍ଡୀଙ୍କ ନାମ ଥିବା କୁହାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+