Get Updates
Get notified of breaking news, exclusive insights, and must-see stories!

ରାଜନୀତିରୁ ସନ୍ୟାସ ନେବେ କଂଗ୍ରେସ ନେତା ସୁର ରାଉତରାୟ

ଆଉ ନିର୍ବାଚନ ଲଢିବେନି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ ରାଉତରାୟ । ଆଗକୁ ହେବା 2024 ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ମନା କରିଛନ୍ତି ସୁର । ଏ ନେଇ ସେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

Suresh Routray

ଭୁବନେଶ୍ୱର: ଆଉ ନିର୍ବାଚନ ଲଢିବେନି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ ରାଉତରାୟ । ଆଗକୁ ହେବା 2024 ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ମନା କରିଛନ୍ତି ସୁର । ଏ ନେଇ ସେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ନିଜ ବୟସ ହୋଇ ଯାଇଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ସୁର ।

ସୁର କହିଛନ୍ତି 'ଏଥର ଆଉ ମୁଁ ଲଢିବିନି । ମୋ ସାନପୁଅ ମନ୍ମଥ ରାଉତରାୟ ଜଟଣୀରୁ ଲଢିବ । ମୋତେ 80 ହେଲାଣି । ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ ।' ସେ ଆହୁରି କହିଛନ୍ତି, ମୁଁ 55 ବର୍ଷ କଂଗ୍ରେସରେ ରହିଛି । ମୋ ସାନ ପୁଅ ମନ୍ମଥ ମଧ୍ୟ କଂଗ୍ରେସରୁ ଲଢ଼ିବ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି ।

ଅନ୍ୟପକ୍ଷେ କଂଗ୍ରେସ ନେତା ସୁର ରାଉତରାୟ ଗକତାଲି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହି ଘୋଷଣା କରିଛନ୍ତି ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ସୁର କହିଛନ୍ତି, ନବୀନଙ୍କ ସହ ତାଙ୍କର ସାକ୍ଷାତ ସୌଜନ୍ୟମୂଳକ ଥିଲା । ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପାହାଡ଼ ଚଢି ଅନେକ ରେକର୍ଡ କରିଛନ୍ତି । ବିଭିନ୍ନ ପର୍ବତରେ ଭାରତର ପତାକା, ଜଗନ୍ନାଥଙ୍କ ପତାକା ଉଡାଇଛନ୍ତି । ବିଭିନ୍ନ ଦେଶରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ଏହି ସଫଳତା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବା ପାଇଁ ଡକାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+