For Quick Alerts
Turn On Notification  
For Daily Alerts
Oneindia App Download

ପରଲୋକରେ ଗୁଜୁରାଟର 4ଥର ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତା ମାଧବ ସିଂହ ସୋଲାଙ୍କି

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମାଧବ ସିଂହ ସୋଲାଙ୍କିଙ୍କ ଦେହାନ୍ତ ହୋଇଛି । ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 94 ବର୍ଷ ବୟସ ହୋଇଥିଲା । ସେ ଚାରି ଥର ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

|

ଅହମ୍ମଦାବାଦ : ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମାଧବ ସିଂହ ସୋଲାଙ୍କିଙ୍କ ଦେହାନ୍ତ ହୋଇଛି । ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 94 ବର୍ଷ ବୟସ ହୋଇଥିଲା । ସେ ଚାରି ଥର ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ତତ୍କାଳୀନ ବରୋଦା ଷ୍ଟେଟର ପିଲୁଦରାରେ ସୋଲାଙ୍କି ୧୯୨୭ ଜୁଲାଇ ୩୦ତାରିଖରେ ଜନ୍ମ ହୋଇଥିଲେ । ସେ କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା ରହିବା ସହ ପିଭି ନରସିଂହ ରାଓଙ୍କ ସରକାରରେ ବୈଜେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଗୁରାଟ ରାଜନୀତିରେ କ୍ଷତ୍ରୀୟ, ହରିଜନ, ଆଦିବାସୀ, ମୁସଲମାନଙ୍କ ପାଇଁ ଥିଓରୀ ଲାଗୁ କରି ବୋଟ ବ୍ୟାଙ୍କ ହାତେଇବା ସହ କଂଗ୍ରସ ଦଳକୁ ମଜବୁତ କରିବାର ଶ୍ରେୟ ତାଙ୍କୁ ଦିଆଯାଏ ।

madhab-singh-solanki

ଗୁଜୁରାଟରେ ସେ 'କେଏଚ୍‌ଏଏମ୍‌'(କ୍ଷତ୍ରୀୟ, ହରିଜନ, ଆଦିବାସୀ, ମୁସଲମାନ) ଲାଗୁ କରିବା ନେଇ ଚର୍ଚ୍ଚାରେ ଥିଲେ । ଏହି ସମୀକରଣ ଯୋଗୁଁ ଜୁଜୁରାଟରେ କଂଗ୍ରେସ ସେ ସମୟରେ ନିଜର ଆଧିପତ୍ୟ ଜାହିର କରିବା ସହ ଲୋକଙ୍କ ଆଶାଭାଜନ ହୋଇପାରିଥିଲା । 1980 ମସିହୀରେ ସେ କ୍ଷତ୍ରୀୟ, ହରିଜନ, ଆଦିବାସୀ, ମୁସଲମାନଙ୍କ ପାଇଁ ଏହି ଥିଓରି ଲାଗୁ କରିବା ପରେ ସେ କ୍ଷମତାସୀନ ହୋଇଥିଲେ ।

ମାଧବ ସିଂହ ସୋଲାଙ୍କି ପ୍ରଥମ ଥର ପାଇଁ 1976 ମସିହାରେ ସ୍ଫଳ୍ପ ସମୟ ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳି ଥିଲେ । ଏହା ପରେ ସେ 1980 ନିର୍ବାଚନ ପୂର୍ବରୁ 'କେଏଚ୍‌ଏଏମ୍‌' ମେଣ୍ଟକୁ ସୁଦୃଢ କରିଥିଲେ । ଫଳରେ 1981 ମସିହାରେ ପୁଣି ମୁଖ୍ୟମନ୍ତ୍ରୀ କ୍ଷମତା ଫେରି ପାଇଥିଲେ । ତାଙ୍କର ଏହି କାର୍ଯ୍ୟକାଳ ସମୟରେ ସେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗ ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ କରିଥିଲେ । 1985 ମସିହାରେ ପୁନର୍ବାର ଗୁଜୁରାଟର 182 ଆସନରୁ 142 ଆସନରେ ବିଜୟୀ ହୋଇ ଆଉଥରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଲାଙ୍କି ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ମାଧବ ସିଂହ ସୋଲାଙ୍କି ଜଣେ ପ୍ରଭାବଶାଳୀ ନେତା ଥିଲେ । ଅନେକ ଦଶକ ପର୍ଯ୍ୟନ୍ତ ସେ ଗୁଜୁରାଟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସମାଜକୁ ମଜବୁତ କରିବା ଦିଗରେ ତାଙ୍କ ଯୋଗଦାନକୁ ସବୁବେଳେ ମନେ ରଖାଯିବ । ତାଙ୍କ ପୁଅ ଭରତ ସିଂହ ସୋଲାଙ୍କି ସହ କଥା ହୋଇଥିଲେ । ପୁରା ପରିବାର ପ୍ରତି ମୋ ସମବେଦନା ବ୍ୟକ୍ତ କରୁଛି ।

କଂଗ୍ରସ ନେତା ରାହୁଲ ଗାନ୍ଧୀଙ୍କ ବାର୍ତ୍ତା

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଧ୍ୟ ଦୁଃଖବ୍ୟକ୍ତ କରି ଟୁଇଟ୍‌ କରିଛନ୍ତି, ଶ୍ରୀ ମାଧବ ସିଂହ ସୋଲଙ୍କିଙ୍କ ବିୟୋଗରେ ଦୁଃଖିତ । କଂଗ୍ରେସ ଆଦର୍ଶ ଏବଂ ସାମାଜିକ ନ୍ୟାୟ ସୁଦୃଢ଼ କରିବାରେ ତାଙ୍କର ଅବଦାନ ନିମନ୍ତେ ସେ ସ୍ମରଣୀୟ ହୋଇ ରହିବେ । ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Senior Congress Leader And Former CM of Gujrat Madhab Singh Solanki passed Away.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X