• search
For Quick Alerts
Turn On Notification  
For Daily Alerts

କଂଗ୍ରେସକୁ ‘ଗୁଡ୍ ଲକ୍' କହି ‘ଗୁଡ୍ ବାଏ' କଲେ ସୁନୀଲ ଜାଖଡ଼

|

ଚଣ୍ଡିଗଡ଼ : ପଞ୍ଜାବରେ କଂଗ୍ରେସକୁ ପୁଣି ଥରେ ଏକ ବଡ଼ ଝଟକା ଲାଗିଛି । ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖଡ଼ ଶନିବାର ଦିନ ଦଳ ଛାଡିଛନ୍ତି । ଫେସବୁକ୍ ଲାଇଭ୍ କରି ସୁନୀଲ ଜାଖଡ଼ କହିଛନ୍ତି ଗୁଡଲକ୍ ଏବଂ ଗୁଡ୍ ବାଏ କଂଗ୍ରେସ...।

sunil jakhar

ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କୁ ସମାଲୋଚନା କରିବା ପାଇଁ ନେତୃତ୍ୱ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏକ ସପ୍ତାହ ପରେ ସେ ଆଜି ଦଳ ଛାଡିଛନ୍ତି । ସେ ଦୀର୍ଘ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିଲେ । ଆଜି ସେ ପାର୍ଟି ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଂଗ୍ରେସର ଚିନ୍ତନ ଶିବିର ମଧ୍ୟରେ ସୁନୀଲ ଜାଖଡ଼ ଦଳକୁ ବିଦାୟ ଦେଇଛନ୍ତି । ଯାହାକି ଦଳ ପାଇଁ ଏକ ଚିନ୍ତାର ବିଷୟ । କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ହଟାଇବା ପରେ ପଞ୍ଜାବରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜଣେ ନିର୍ଦ୍ଦିଷ୍ଟ ନେତାଙ୍କ କଥା ଶୁଣାଯାଇଥିବା ନଇ ଜାଖଡ଼ ଅଭିଯୋଗ କରିଛନ୍ତି ।
ଜାଖଡ଼ କହିଛନ୍ତି, କେତେକ ପଞ୍ଜାବ କଂଗ୍ରେସ ନେତା ତାଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆଗତ କରିବାରୁ ଶୃଙ୍ଖଳା କମିଟି ଦ୍ୱାରା ଦଳର ସମସ୍ତ ପଦବୀରୁ ବଞ୍ଚିତ ହୋଇ ସେ ହତୋତ୍ସାହ ହୋଇପଡ଼ିଛନ୍ତି । କଂଗ୍ରେସ ସାଂସଦ ଅମ୍ବିକା ସୋନିଙ୍କୁ ମଧ୍ୟ ସେ ନିନ୍ଦା କରିଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ଅମ୍ବିକା ସୋନି ଦଳର କେହି ହିନ୍ଦୁ ନେତା ମୁଖ୍ୟମନ୍ତ୍ରୀ ହେବା ଚାହୁଁ ନ ଥିଲେ ବୋଲି ଅଭିଯୋଗ କରିଛନ୍ତି ଜାଖଡ଼ । ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିର ଏକ ପ୍ରହସନ ବୋଲି ସେ କହିଛନ୍ତି ।

କିନ୍ତୁ, ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି ଜାଖଡ଼ କହିଛନ୍ତି, ସେ ଜଣେ ଉତ୍ତମ ବ୍ୟକ୍ତି । ତୋଷାମଦିଆଙ୍କ ଠାରୁ ଦୂରେଇ ରହି ପୁଣି ଥରେ ଦଳର ନେତୃତ୍ୱ ଗ୍ରହଣ କରିବା ଲାଗି ମୁଁ ତାଙ୍କୁ ଅନୁରୋଧ କରିବି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
senior Congress leader and former chief of Punjab sunil jakhar quit party
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X