For Quick Alerts
Turn On Notification  
For Daily Alerts
Oneindia App Download

ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି, ସୁରକ୍ଷା ବଳୟ ଭାଙ୍ଗି ରାହୁଲଙ୍କୁ ଆଲିଙ୍ଗନ କଲେ ଯୁବକ

ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି । ସୁରକ୍ଷା ବଳୟ ଭାଙ୍ଗି ଜଣେ ବ୍ୟକ୍ତି ଆସି ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିଥିବା ଖବର ମିଳିଛି । ଏହା ପରେ ସୁରକ୍ଷା କର୍ମୀ ମାନେ ସଙ୍ଗେ ସଙ୍ଗେ ଯୁବକଙ୍କୁ ଧରି ନେଇଥିଲେ ।

|

ଚଣ୍ଡିଗଡ଼: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲଙ୍କ ସୁରକ୍ଷା କ୍ଷେତ୍ରରେ ତ୍ରୁଟି ଦେଖିବାକୁ ମିଳିଛି । ଏହି ଭାରତ ଯୋଡ଼ୋ ଯାତ୍ରାର ପଦଯାତ୍ରା ବର୍ତ୍ତମାନ ପଞ୍ଜାବର ହୋସିୟାରପୁରରେ ପହଞ୍ଚିଛି । ଏଠାରେ ପଦଯାତ୍ରା କରୁଥିବା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି । ସୁରକ୍ଷା ବଳୟ ଭାଙ୍ଗି ଜଣେ ବ୍ୟକ୍ତି ଆସି ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିଥିବା ଖବର ମିଳିଛି । ଏହା ପରେ ସୁରକ୍ଷା କର୍ମୀ ମାନେ ସଙ୍ଗେ ସଙ୍ଗେ ଯୁବକଙ୍କୁ ଧରି ନେଇଥିଲେ ।

Bharat jodo yatra

ପଞ୍ଜାବର ହୋଶିଆରପୁର ଜିଲ୍ଲାର ଟାଣ୍ଡା ରେ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି କୁ ନେଇ ଖବର ସରବରାହ ସଂସ୍ଥା ଏଏନ୍ଆଇ ଏକ ଭିଡ଼ିଓ ଜାରି କରିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଗାନ୍ଧୀ ପଦଯାତ୍ରା କରି ଆଗକୁ ବଢୁଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ ସୁରକ୍ଷା କର୍ଡନରେ ପଶି ତାଙ୍କୁ ଆଲିଙ୍ଗନ କରିଥିଲେ । ଅଜ୍ଞାତ ବ୍ୟକ୍ତି ରାହୁଲଙ୍କୁ ଆଲିଙ୍ଗନ କରିବା ମାତ୍ରେ ଦଳର କର୍ମୀ ଏବଂ ସୁରକ୍ଷା କର୍ମୀମାନେ ତୁରନ୍ତ ସକ୍ରିୟ ହୋଇ ସଙ୍ଗେ ସଙ୍ଗେ ତାଙ୍କୁ ଧରି ନେଇ ଯାଇଥିଲେ ।

ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଏପରି ତ୍ରୁଟ୍ ହେବା ପରେ କଂଗ୍ରେସ କର୍ମୀମାନେ ତାଙ୍କ ଚାରିପାଖରେ ସୁରକ୍ଷା ପାଇଁ ଏକ କର୍ଡନ ତିଆରି କରିଥିଲେ ।
ଆପଣଙ୍କୁ କହି ରଖୁଛୁ କିଛି ଦିନ ପୂର୍ବରୁ ରାହୁଲଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲା କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସମ୍ପର୍କରେ କଂଗ୍ରେସ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦୁଇଥର ଚିଠି ଲେଖିଛି ।

ଏହି ଘଟଣା ପରେ ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ରାହୁଲଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ରାହୁଲଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇ ନାହିଁ ବୋଲି ସେ କହିଛନ୍ତି । ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ଆଲିଙ୍ଗନ କରିବାକୁ ଆସିଥିଲେ । ତାଙ୍କର ଉଦ୍ଦେଶ୍ୟ ଖରାପ ନଥିଲା ।
ଏହା ସହିତ ଆଇଜି, ଲ' ଆଣ୍ଡ ଅର୍ଡର ୱିଙ୍ଗ କୁହାଯାଇଛି, ଭିଡିଓରୁ ଜଣାପଡ଼ୁଛି ଯେ ସୁରକ୍ଷାରେ ତ୍ରୁଟି ହୋଇଛି । ଆମେ ବିସ୍ତୃତ ବ୍ୟବସ୍ଥା କରିଛୁ । ସେ ଯେଉଁଭଳି ଭାବରେ ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିଥିଲେ ତାହା ଆଶା କରାଯାଇନଥିଲା । ତାଙ୍କୁ ଡାକିବା ପରେ ବ୍ୟକ୍ତି ଜଣକ ଆସିଥିଲେ, କିମ୍ବା ଅନ୍ୟ କାହା ସହ ଆସିଥିଲେ ସେ ନେଇ ମୁଁ ନିଶ୍ଚିତ ନହେବା ପର୍ଯ୍ୟନ୍ତ କିଛି କହି ପାରିବି ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Security Breach Of Rahul Gandhi During Bharat Jodo Yatra, Person Tried To Hug Rahul Gandhi
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X