ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି, ସୁରକ୍ଷା ବଳୟ ଭାଙ୍ଗି ରାହୁଲଙ୍କୁ ଆଲିଙ୍ଗନ କଲେ ଯୁବକ
ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି । ସୁରକ୍ଷା ବଳୟ ଭାଙ୍ଗି ଜଣେ ବ୍ୟକ୍ତି ଆସି ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିଥିବା ଖବର ମିଳିଛି । ଏହା ପରେ ସୁରକ୍ଷା କର୍ମୀ ମାନେ ସଙ୍ଗେ ସଙ୍ଗେ ଯୁବକଙ୍କୁ ଧରି ନେଇଥିଲେ ।
ଚଣ୍ଡିଗଡ଼: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲଙ୍କ ସୁରକ୍ଷା କ୍ଷେତ୍ରରେ ତ୍ରୁଟି ଦେଖିବାକୁ ମିଳିଛି । ଏହି ଭାରତ ଯୋଡ଼ୋ ଯାତ୍ରାର ପଦଯାତ୍ରା ବର୍ତ୍ତମାନ ପଞ୍ଜାବର ହୋସିୟାରପୁରରେ ପହଞ୍ଚିଛି । ଏଠାରେ ପଦଯାତ୍ରା କରୁଥିବା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି । ସୁରକ୍ଷା ବଳୟ ଭାଙ୍ଗି ଜଣେ ବ୍ୟକ୍ତି ଆସି ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିଥିବା ଖବର ମିଳିଛି । ଏହା ପରେ ସୁରକ୍ଷା କର୍ମୀ ମାନେ ସଙ୍ଗେ ସଙ୍ଗେ ଯୁବକଙ୍କୁ ଧରି ନେଇଥିଲେ ।

ପଞ୍ଜାବର ହୋଶିଆରପୁର ଜିଲ୍ଲାର ଟାଣ୍ଡା ରେ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି କୁ ନେଇ ଖବର ସରବରାହ ସଂସ୍ଥା ଏଏନ୍ଆଇ ଏକ ଭିଡ଼ିଓ ଜାରି କରିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଗାନ୍ଧୀ ପଦଯାତ୍ରା କରି ଆଗକୁ ବଢୁଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ ସୁରକ୍ଷା କର୍ଡନରେ ପଶି ତାଙ୍କୁ ଆଲିଙ୍ଗନ କରିଥିଲେ । ଅଜ୍ଞାତ ବ୍ୟକ୍ତି ରାହୁଲଙ୍କୁ ଆଲିଙ୍ଗନ କରିବା ମାତ୍ରେ ଦଳର କର୍ମୀ ଏବଂ ସୁରକ୍ଷା କର୍ମୀମାନେ ତୁରନ୍ତ ସକ୍ରିୟ ହୋଇ ସଙ୍ଗେ ସଙ୍ଗେ ତାଙ୍କୁ ଧରି ନେଇ ଯାଇଥିଲେ ।
ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଏପରି ତ୍ରୁଟ୍ ହେବା ପରେ କଂଗ୍ରେସ କର୍ମୀମାନେ ତାଙ୍କ ଚାରିପାଖରେ ସୁରକ୍ଷା ପାଇଁ ଏକ କର୍ଡନ ତିଆରି କରିଥିଲେ ।
ଆପଣଙ୍କୁ କହି ରଖୁଛୁ କିଛି ଦିନ ପୂର୍ବରୁ ରାହୁଲଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲା କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସମ୍ପର୍କରେ କଂଗ୍ରେସ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦୁଇଥର ଚିଠି ଲେଖିଛି ।
#WATCH पंजाब: होशियारपुर ज़िले के टांडा में कांग्रेस नेता राहुल गांधी की भारत जोड़ो यात्रा के दौरान उनकी सुरक्षा में चूक हुई।
(सोर्स: कांग्रेस पार्टी का सोशल मीडिया) pic.twitter.com/eLbGEyAhLt
— ANI_HindiNews (@AHindinews) January 17, 2023
ଏହି ଘଟଣା ପରେ ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ରାହୁଲଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ରାହୁଲଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇ ନାହିଁ ବୋଲି ସେ କହିଛନ୍ତି । ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ଆଲିଙ୍ଗନ କରିବାକୁ ଆସିଥିଲେ । ତାଙ୍କର ଉଦ୍ଦେଶ୍ୟ ଖରାପ ନଥିଲା ।
ଏହା ସହିତ ଆଇଜି, ଲ' ଆଣ୍ଡ ଅର୍ଡର ୱିଙ୍ଗ କୁହାଯାଇଛି, ଭିଡିଓରୁ ଜଣାପଡ଼ୁଛି ଯେ ସୁରକ୍ଷାରେ ତ୍ରୁଟି ହୋଇଛି । ଆମେ ବିସ୍ତୃତ ବ୍ୟବସ୍ଥା କରିଛୁ । ସେ ଯେଉଁଭଳି ଭାବରେ ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିଥିଲେ ତାହା ଆଶା କରାଯାଇନଥିଲା । ତାଙ୍କୁ ଡାକିବା ପରେ ବ୍ୟକ୍ତି ଜଣକ ଆସିଥିଲେ, କିମ୍ବା ଅନ୍ୟ କାହା ସହ ଆସିଥିଲେ ସେ ନେଇ ମୁଁ ନିଶ୍ଚିତ ନହେବା ପର୍ଯ୍ୟନ୍ତ କିଛି କହି ପାରିବି ନାହିଁ ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି












Click it and Unblock the Notifications