ଆସାମ ଓ ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆସାମରେ 73.03% ପଶ୍ଚିମବଙ୍ଗରେ 80.43 ପ୍ରତିଶତ ମତଦାନ
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ସୁଦ୍ଧା ଆସାମରେ 73.03 ପ୍ରତିଶତ ମତଦାନ ହୋଇଥିବା ବେଳେ ପଶ୍ଚିବଙ୍ଗରେ 80.43 ପ୍ରତିଶତ ମତଦାନ ହୋଇଛି ।
ନୂଆଦିଲ୍ଲୀ : ଆଜି ଶେଷ ହୋଇଛି ଆସାମ ଓ ପଶ୍ଚିମବଙ୍ଗ ବିଧାନସବା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ସନ୍ଧ୍ୟା 6ଟା ସୁଦ୍ଧା ଆସାମରେ 73.03ପ୍ରତିଶତ ମତଦାନ ହୋଇଥିବା ବେଳେ ପଶ୍ଚିବଙ୍ଗରେ 80.43 ପ୍ରତିଶତ ମତଦାନ ହୋଇଛି । ଆଜିର ଏହି ମତଦାନ ଉପରେ ସାରା ଦେଶର ନଜର ରହିଥିଲା । ନନ୍ଦିଗ୍ରାମରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ଟିଏମସି ଛାଡ଼ି ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ହେଉଥିବା ଲଢେଇକୁ ନେଇ ରାଜନୈତିକ ମହଲ ସରଗରମ୍ ରହିଥିଲା ।

ପଶ୍ଚିମବଙ୍ଗରେ ଆଜି 30ଟି ଆସନ ପାଇଁ ମତଦାନ ହେବାପରେ 171 ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମ୍ ମେସିନରେ ସିଲ୍ ହୋଇଛି । ସେହିପରି ଆସାମରେ 13ଟି ଜିଲ୍ଲାର 39ଜଣ ପ୍ରାର୍ଥୀଙ୍କର ଭାଗ୍ୟ ସିଲ୍ ହୋଇଛି ।
ଆଜିର ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ପଶ୍ଚିମବଙ୍ଗରେ କେତେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ମତଦାନ ପୂର୍ବରୁ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ବିଜେପି କର୍ମୀମାନେ ଛୁରୀ ଭୁଷି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲା ତୃଣମୂଳ କଂଗ୍ରେସ । ବଙ୍ଗଳାରେ ବିଜେପି ଏବଂ ଟିଏମସି ପରସ୍ପର ବିରୋଧରେ ଅଭିଯୋଗ କରିବା ସହ ଉଭୟ ଉଭୟଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ବିଜେପିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ କ୍ୟାରକେଡ୍ ଉପରକୁ ଟିଏମସି ଆକ୍ରମଣ କରିଥିବା ନେଇ ବିଜେପି ଅଭିଯୋଗ ଆଣିଥିଲା । ଅପରପକ୍ଷରେ ମମତା ବାନାର୍ଜୀ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୁରକ୍ଷା କର୍ମୀମାନେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଏକତରଫା ସହଯୋଗ କରୁଥିବା ନେଇ ଅଭିଯୋଗ କରିବା ସହ ନିର୍ବାଚନ କମିଶନ ସବୁ ଜାଣିଶୁଣି କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି । କାଁ ଭାଁ ହିଂସା ମଧ୍ୟରେ କୋଭିଡ୍ ଗାଇଡଲାଇନ ମଧ୍ୟରେ ଆଜି ଦୁଇଟି ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications