ସିନ୍ଦେ ଗୋଷ୍ଠୀକୁ ମିଳିବନି ଶିବସେନାର ସମ୍ପତ୍ତି, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ମୁମ୍ବାଇ : ଶିବସେନାର ସିନ୍ଦେ ଗେଷ୍ଠୀକୁ ଲାଗିଛି ବଡ଼ ଝଟକା । ଶିବସେନାର ସମ୍ପତ୍ତି ଟ୍ରାନ୍ସଫର କରିବା ନେଇ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମ କୋର୍ଟ । ଏହା ସହ ଶିବସେନା ସମ୍ପତ୍ତି ଏକନାଥ ସିନ୍ଦେ ଦଳକୁ ମିଳିବ ନାହିଁ । ବର୍ତ୍ତମାନ, ଶିବସେନାର ସମ୍ପତ୍ତି ଉଦ୍ଧବ ଠାକରେଙ୍କ ଦଳ ସହିତ ଅଛି ।
ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ଆବେଦନକାରୀଙ୍କୁ ତାଗିଦ୍ କରିବା ସହ ଆପଣ କିଏ ? ଏହି ମାମଲାରେ ଆପଣଙ୍କର କଣ ଅଧିକାର ଅଛି ବୋଲି ପ୍ରଶ୍ନ କରିଥିଲେ । ଏହା ପରେ ଆବେଦନ ଖାରଜ କରିଦେଇଛନ୍ତି ।
ମହାରାଷ୍ଟ୍ରର ଓକିଲ ଆଶିଷ ଗିରି କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଶିବସେନାର ସମସ୍ତ ସମ୍ପତ୍ତି ସିନ୍ଦେ ଦଳକୁ ଦିଆଯିବାକୁ ସେ ଦାବି କରିଥିଲେ ।
ମହାରାଷ୍ଟ୍ରରେ ତାମିଲନାଡୁ ପରି ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ
ମହାରାଷ୍ଟ୍ରର ଜଣେ ଭୋଟର ହୋଇଥିବାରୁ ମୁଁ ସୁପ୍ରିମକୋର୍ଟରେ ଏହି ଆବେଦନ କରୁଛି ବୋଲି ଆବେଦନକାରୀ ଆଶିଷ ଗିରି କହିଛନ୍ତି । ଶିବସେନାର ସମ୍ପତ୍ତି ସହ ଜଡିତ ସମସ୍ତ ପ୍ରଶ୍ନର ଠିକ ସମୟରେ ଉତ୍ତର ଦିଆଯିବା ଉଚିତ୍ । ଦଳ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ପରିସ୍ଥିତି ସ୍ପଷ୍ଟ ହେବା ଉଚିତ, ଯାହାଫଳରେ ମହାରାଷ୍ଟ୍ରରେ ତାମିଲନାଡୁ ପରି ପରିସ୍ଥିତି ଉପୁଜିବ ନାହିଁ ବୋଲି କହିଥିଲେ ଆବେଦନକାରୀ ।
ଶିବସେନାର ସମ୍ପତ୍ତି 190 କୋଟିରୁ ଅଧିକ
ଶିବସେନାରେ ବର୍ତ୍ତମାନ 191.82 କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ଦାଦରରେ ଥିବା ଶିବସେନା ବିଲ୍ଡିଂକୁ ମଧ୍ୟ ଉଦ୍ଧବ ଦଳ ଦଖଲ କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ ବାଲାସାହେବ ମୁମ୍ବାଇର ମାତୋଶ୍ରୀ ର ତିନି ମହଲା କୋଠାର ପ୍ରଥମ ମହଲାକୁ ଜୟଦେବଙ୍କ ନାମରେ ଏବଂ ଦ୍ୱିତୀୟ ଏବଂ ତୃତୀୟ ମହଲାକୁ ଉଦ୍ଧବ ନାମରେ ନାମିତ କରିଥିବାବେଳେ ତଳ ମହଲା ଶିବସେନା ପାଇଁ ରଖାଯାଇଥିଲା । ଏଭଳି ପରିସ୍ଥିତିରେ, ମାତୋଶ୍ରୀ ବିଲ୍ଡିଂର ତଳ ମହଲାର ମାଲିକାନା ଠାକରେଙ୍କ ହାତରୁ ଚାଲିଯାଇପାରେ ବୋଲି ବିଶ୍ୱାସ କରାଯାଉଥିଲା ।












Click it and Unblock the Notifications