ପଞ୍ଜାବ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସମନ, କେଉଁ ଆଧାରରେ ପ୍ରଶାନ୍ତ କିଶୋର ପାଇଲେ କ୍ୟାବିନେଟ୍ ପାହ୍ୟା

କେଉଁ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି କରିବା ସହ କ୍ୟାବିନେଟ୍ ପାହ୍ୟା ଦିଆଯାଇଛି ସେ ନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ ପ୍ରଶ୍ନ ଜବାବ ମାଗିଛନ୍ତି ।

ନୂଆଦିଲ୍ଲୀ : ଭାରତର ରାଜନୀତିରେ ବର୍ତ୍ତମାନ ଚର୍ଚ୍ଚିତ ଚେହେରା ସାଜିଥିବା ରାଜନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ମୁଖ୍ୟ ପରାମର୍ଶଦାତା ବାବେ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ ସମନ ଜାରି କରିଛନ୍ତି । କେଉଁ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି କରିବା ସହ କ୍ୟାବିନେଟ୍ ପାହ୍ୟା ଦିଆଯାଇଛି ସେ ନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ ପ୍ରଶ୍ନ ଜବାବ ମାଗିଛନ୍ତି ।

Supreme-Court-India

ସୂଚନାଯୋଗ୍ୟ, ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କର ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି । ଏଥିସହ କ୍ୟାବିନେଟ ପାହ୍ୟା ଦେଇଛନ୍ତି । ଏହାକୁ ବେଆଇନ୍ ଦର୍ଶାଇ ଜଣେ ଆବେଦନକାରୀ ପ୍ରଥମେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଆବେଦନ କରିଥିଲେ । ଏହା କାରଜ ହେବା ପରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଜଷ୍ଟିସ ସଞ୍ଜୟ କିଶାନ କିଷାନ କୌଲ ଏବଂ ହେମନ୍ତ ଗୁପ୍ତା ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ପ୍ରଶାନ୍ତ କିଶୋର ଯେତେବେଳେ ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି ସେତେବେଳେ ଏଭଳି ନିଯୁକ୍ତି କାହିଁକି ?

ଲବ ସିଂ ଏବଂ ଅନ୍ୟ ଜଣେ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବାଲଟେଜ ସିଂ ସିଦ୍ଧୁ କୋର୍ଟରେ କହିଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିବା ମଧ୍ୟ ଲୋକଙ୍କ ଟିକସରେ କ୍ୟାବିନେଟ ମନ୍ତ୍ରୀ ପଦରେ ରହିବା ଠିକ୍ ନୁହେଁ । ଆବେଦନକାରୀ କହିଛନ୍ତି ଯେ ପ୍ରଶାନ୍ତ କିଶୋର 2017 ରେ ପଞ୍ଜାବ କଂଗ୍ରେସ ପାଇଁ ନିର୍ବାଚନ ରଣନୀତି ଭାବରେ କାମ କରିଥିଲେ ।

ତେବେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ସମାନ ଆବେଦନକୁ ଖାରଜ କରିବା ବେଳେ କହିଥିଲେ ମୁଖ୍ୟମନ୍ତ୍ରୀ ଜଣେ ନିର୍ବାଚିତ ପ୍ରତିନିଧି । ସେ ରାଜ୍ୟରେ ସୁଶାସନ ଯୋଗାଇବା ପାଇଁ କାହାକୁ ପରାମର୍ଶଦାତା ବାଛିବାରେ କ୍ଷମତା ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+