ମହାରାଷ୍ଟ୍ରରେ 12 ଜଣ ବିଜେପି ବିଧାୟକଙ୍କ ନିଲମ୍ବନକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ

ମହାରାଷ୍ଟ୍ର ବିଧାନସଭାରୁ 12 ଜଣ ବିଜେପି ବିଧାୟକଙ୍କ ଅନିର୍ଦ୍ଦିଷ୍ଟ କାଳ ନିଲମ୍ବନକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି । ଏହାକୁ ଅସାମ୍ବିଧାନିକ ବୋଲି କହି ବିଜେପି ବିଧାୟକଙ୍କୁ ନିଲମ୍ବନ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାରୁ 12 ଜଣ ବିଜେପି ବିଧାୟକଙ୍କ ଅନିର୍ଦ୍ଦିଷ୍ଟ କାଳ ନିଲମ୍ବନକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି । ଏହାକୁ ଅସାମ୍ବିଧାନିକ ବୋଲି କହି ବିଜେପି ବିଧାୟକଙ୍କୁ ନିଲମ୍ବନ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ବର୍ତ୍ତମାନର ମୌସୁମୀ ଅଧିବେଶନ (ଜୁଲାଇ 2021) ପାଇଁ କେବଳ ଏହି ନିଲମ୍ବନ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି ।

supreme court of India

ସୂଚନାଯୋଗ୍ୟ ଯେ ଜୁଲାଇ 2021 ରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାସ୍କର ଯାଦବ 12 ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ନିଲମ୍ବନ କରିଥିଲେ । ଏହି ବିଧାୟକମାନେ ସେମାନଙ୍କର ଅସଦାଚରଣ ଏବଂ ଗୃହରେ ହଟ୍ଟଗୋଳ ସୃଷ୍ଟି ପାଇଁ ନିଲମ୍ବିତ ହୋଇଥିଲେ ।
ନିଲମ୍ବିତ ହୋଇଥିବା 12 ଜଣ ବିଜେପି ହେଉଛନ୍ତି ସଞ୍ଜୟ କୁଟେ, ଆଶିଷ ଶେଲାର, ଅଭିମାନୁ ପାୱାର, ଗିରିଶ ମହାଜନ, ଅତୁଲ ଭଟକଲକର, ପରାଗ ଆଲଭାନି, ହରିଶ ପିମ୍ପଲ, ରାମ ସତପୁତେ, ବିଜୟ କୁମାର ରାୱଲ, ଯୋଗେଶ ସାଗର, ନାରାୟଣ କୁଚେ ଏବଂ କିର୍ତ୍ତିକୁମାର ବାଙ୍ଗାଡ଼ିଆ । ବାଚସ୍ପତି ଯାଦବ କହିଛନ୍ତି ଯେ ଯେତେବେଳେ ଗୃହ ମୁଲତବୀ ରଖାଗଲା ସେତେବେଳେ ବିରୋଧୀ ଦଳର ନେତା ତାଙ୍କ କ୍ୟାବିନକୁ ଆସି ବିରୋଧୀଦଳର ନେତା ଦେବେନ୍ଦ୍ର ଫଡନାଭିସ୍, ବରିଷ୍ଠ ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲଙ୍କ ସାମ୍ନାରେ ଦୁର୍ବ୍ୟବହାର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+