Get Updates
Get notified of breaking news, exclusive insights, and must-see stories!

ସତ୍ୟେନ୍ଦ୍ର ଜୈନ ମସାଜ୍ ଭିଡିଓ : ସତ୍ୟେନ୍ଦ୍ରଙ୍କ ଆବେଦନ ଉପରେ ଇଡିକୁ ନୋଟିସ୍ ପଠାଇଲେ କୋର୍ଟ

ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଆଇନ ଦଳ ସ୍ୱତନ୍ତ୍ର କୋର୍ଟଙ୍କ ନିକଟକୁ ଯାଇ ଇଡି ବିରୋଧରେ ଅବମାନନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ନୂଆଦିଲ୍ଲୀ : ମନି ଲଣ୍ଡ୍ରିଂ ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମସାଜ ଭିଡ଼ିଓ ରାଜନୈତିକ ଝଡ଼ ସୃଷ୍ଟି କରିଛି । ଦିଲ୍ଲୀର ତିହାର ଜେଲ ଭିତରେ AAP ନେତାଙ୍କୁ ମସାଜ କରାଯାଉଥିବା ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ସତ୍ୟନ୍ଦ୍ର ଜୈନ ତାଙ୍କ ବ୍ୟାରେକରେ ଶଯ୍ୟା ଉପରେ ଶୋଇଥିବା ସମୟରେ ମସାଜ କରାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ବିଜେପି ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିବା ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଏଥିସହିତ ସତ୍ୟେନ୍ଦ୍ରଙ୍କ ଆଇନ ଟିମ୍ ସ୍ୱତନ୍ତ୍ର କୋର୍ଟରେ ପହଞ୍ଚି ଭିଡିଓକୁ ନେଇ ଇଡି ବିରୋଧରେ ଅବମାନନାମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Satyendra Jain

ଗୋଟିଏ ପଟେ ତିହାର ଜେଲ ଭିତରୁ ଆସିଥିବା ଫୁଟେଜ ଉପରେ ଜେଲ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଅନ୍ୟପକ୍ଷରେ ଏହି ଭିଡିଓ ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କୋର୍ଟରେ ପହଞ୍ଚିଛି । ଯେଉଁଥିରେ ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଆଇନ ଦଳ ସ୍ୱତନ୍ତ୍ର କୋର୍ଟଙ୍କ ନିକଟକୁ ଯାଇ ଇଡି ବିରୋଧରେ ଅବମାନନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଇଡି ନିର୍ଦ୍ଦେଶ ଅବମାନନା କରି ସିସିଟିଭି ଫୁଟେଜ୍ ଲିକ୍ କରିଥିବା ନେଇ ଅଭିଯୋଗ କରିଛି ସତ୍ୟେନ୍ଦ୍ରଙ୍କ ଆଇନ ଦଳ । ସ୍ୱତନ୍ତ୍ର ଜଜ୍ ବିକାଶ ଝୁଲ୍ ଇଡିଙ୍କୁ ନୋଟିସ୍ ଜାରି କରିଛନ୍ତି ଯାହା ପରେ ଆସନ୍ତା ନଭେମ୍ବର 21 ରେ ଏହି ମାମଲାର ଶୁଣାଣି ହେବ ।

ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରୁଥିବାବେଳେ ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଜୀ, ଆପଣ କେଉଁଠାରେ ଲୁଚି ରହିଛନ୍ତି ? ଦୃଢ ଭାବରେ ସଚ୍ଚୋଟ ବୋଲି କହୁଥିଲେ ନା ? କଟ୍ଟର ସଚ୍ଚୋଟ ମସାଜ କରାଉଛନ୍ତି । ସେ (ସତ୍ୟନ୍ଦ୍ର ଜୈନ) 5 ମାସ ଧରି ଜେଲରେ ଅଛନ୍ତି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ମନ୍ତ୍ରୀ ପଦରୁ ହଟାଯାଇ ନାହିଁ ।

ଅନ୍ୟପକ୍ଷରେ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସତ୍ୟେନ୍ଦ୍ର ଜୈନଙ୍କୁ ପକ୍ଷରେ କହିଛନ୍ତି ଯେ ଜେଲରେ ପଡ଼ିଯିବା ହେତୁ ସତ୍ୟେନ୍ଦ୍ରଙ୍କର ମେରୁଦଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା ଏବଂ ଡାକ୍ତର ତାଙ୍କୁ ନିୟମିତ ଫିଜିଓଥେରାପି ପାଇଁ ପରାମର୍ଶ ଦେଇଥିଲେ । ଏହି ଭିଡିଓ ରିଲିଜ ନକରିବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+