କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ

କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ । ସତ୍ୟ ପ୍ରକାଶ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦେଇଛନ୍ତି ।

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସକୁ ଝଟକା । କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ । ସତ୍ୟ ପ୍ରକାଶ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦେଇଛନ୍ତି । କଂଗ୍ରେସ ତରଫରୁ ଓଡ଼ିଶା ପାଇଁ ସେବା କରି ଖୁସି ଅନୁଭବ କରୁଛି ବୋଲି ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ସତ୍ୟ ପ୍ରକାଶ ନାୟକ ।

satya prakash nayak

ଏହା ସହିତ ସତ୍ୟ ପ୍ରକାଶ ଇସ୍ତଫା ପତ୍ରରେ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଟାର୍ଗେଟ୍ କରିଛନ୍ତି । ଦଳରେ ଅନ୍ତଃକନ୍ଦଳ ଥିବା ନେଇ କହିଛନ୍ତି ସତ୍ୟ । କୃଷକ, ଦଳିତ, ଓବିସି, ମହିଳା, ଯୁବକ କେହି ବି କଂଗ୍ରେସ ସହ ନାହାଁନ୍ତି । ତେବେ କଂଗ୍ରେସ ସହ କିଏ ଅଛି ବୋଲି ଲୋକେ ପ୍ରଶ୍ନ କରୁଥିବା ନେଇ ଲେଖିଛନ୍ତି ସତ୍ୟ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ଗତ ଏଆଇସିସି ସଭାପତି ନିର୍ବାଚନ ବେଳେ ପିସିସି ତାଲିକାରେ ନାଁ ନଥିବାରୁ ଭୋଟ ଦେଇପାରିନଥିଲେ ସତ୍ୟ । ସେଦିନଠୁ ସେ ଅସନ୍ତୁଷ୍ଟ ହୋଇ ମିଡିଆ ସେଲ ଅଧ୍ୟକ୍ଷ ପଦ ଛାଡି ଦେଇଥିଲେ । ଏହା ପରେ ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+