For Quick Alerts
Turn On Notification  
For Daily Alerts
Oneindia App Download

କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ

କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ । ସତ୍ୟ ପ୍ରକାଶ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦେଇଛନ୍ତି ।

|

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସକୁ ଝଟକା । କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ । ସତ୍ୟ ପ୍ରକାଶ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦେଇଛନ୍ତି । କଂଗ୍ରେସ ତରଫରୁ ଓଡ଼ିଶା ପାଇଁ ସେବା କରି ଖୁସି ଅନୁଭବ କରୁଛି ବୋଲି ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ସତ୍ୟ ପ୍ରକାଶ ନାୟକ ।

satya prakash nayak

ଏହା ସହିତ ସତ୍ୟ ପ୍ରକାଶ ଇସ୍ତଫା ପତ୍ରରେ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଟାର୍ଗେଟ୍ କରିଛନ୍ତି । ଦଳରେ ଅନ୍ତଃକନ୍ଦଳ ଥିବା ନେଇ କହିଛନ୍ତି ସତ୍ୟ । କୃଷକ, ଦଳିତ, ଓବିସି, ମହିଳା, ଯୁବକ କେହି ବି କଂଗ୍ରେସ ସହ ନାହାଁନ୍ତି । ତେବେ କଂଗ୍ରେସ ସହ କିଏ ଅଛି ବୋଲି ଲୋକେ ପ୍ରଶ୍ନ କରୁଥିବା ନେଇ ଲେଖିଛନ୍ତି ସତ୍ୟ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ଗତ ଏଆଇସିସି ସଭାପତି ନିର୍ବାଚନ ବେଳେ ପିସିସି ତାଲିକାରେ ନାଁ ନଥିବାରୁ ଭୋଟ ଦେଇପାରିନଥିଲେ ସତ୍ୟ । ସେଦିନଠୁ ସେ ଅସନ୍ତୁଷ୍ଟ ହୋଇ ମିଡିଆ ସେଲ ଅଧ୍ୟକ୍ଷ ପଦ ଛାଡି ଦେଇଥିଲେ । ଏହା ପରେ ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Satya Prakash Nayak resigned From Congress
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X