Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା କଂଗ୍ରେସକୁ ମିଳିଲା ନୂଆ ମୁଖିଆ, ଶରତ ଧରିବେ ପିସିସି ମଙ୍ଗ

ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ଦିଆଯାଇଛି । ଏଆଇସିସି ତାଙ୍କୁ ଓଡ଼ିଶା ପିସିସିର ସଭାପତି ଭାବେ ନିଯୁକ୍ତ କରିଛନ୍ତି ।

ଭୁବନେଶ୍ୱର : ଓଡ଼ିଶା କଂଗ୍ରେସର ନୂଆ ରୂପ । ମଙ୍ଗ ଧରିବେ ଶରତ ପଟ୍ଟନାୟକ । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ଦିଆଯାଇଛି । ଏଆଇସିସି ତାଙ୍କୁ ଓଡ଼ିଶା ପିସିସିର ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଏ ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ଜାତୀୟ କଂଗ୍ରେସ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ କରିଛି ।

Sarat pattanayak

ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ଶରତ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ପିସିସି ସଭାପତି ଭାବେ ନିଯୁକ୍ତି ଦେଇଥିବାରୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ‌ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଉଛି । କଂଗ୍ରେସ କର୍ମୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ତାଙ୍କୁ କଂଗ୍ରେସରେ ବଡ଼ ଦାୟିତ୍ୱ ମଳିଛି । ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବୁ । ସମସ୍ତଙ୍କୁ ନେଇ ନିର୍ବାଚନରେ ଲଢ଼ିବୁ । ସେ କହିଛନ୍ତି ଯେ, ସଂଗଠନକୁ ମଜବୁତ କରାଯିବ । 2024 ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତ ପ୍ରସ୍ତୁତ କରିବୁ ଏବଂ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ଏହା ସହିତଓ ଓଡ଼ିଶାରେ ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନ ନେଇ ସେ କହିଛନ୍ତି, ସମସ୍ତେ ମିଳିମିଶି କାମ କରିବୁ । ଆଗାମୀ ରଣନୀତି ବହୁତ ଭଲ ହେବ । ସଙ୍ଗଠନକୁ ସାଥିରେ ନେଇ କାମ କରିବୁ । ଇଛା ଶକ୍ତି ସହ କଠନି ପରିଶ୍ରମ କରି ଓଡ଼ିଶାର ବିକାଶ ପାଇଁ କଂଗ୍ରେସ କାମ କରିବ ।
ଆପଣଙ୍କୁ କହି ରଖୁଛୁ ଶରତ ପଟ୍ଟନାୟକ ବଲାଙ୍ଗୀରରୁ 1991 ଏବଂ 1996 ରେ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରିଛନ୍ତି । ଏଥି ସହତି 2000 ରୁ 2004 ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି ଶରତ ପଟ୍ଟନାୟକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+