ଭଙ୍ଗ ହେବ କି ମହାରାଷ୍ଟ୍ର ସରକାର ! ଏପରି କାହିଁକି ଇଙ୍ଗିତ କଲେ ସଞ୍ଜୟ ରାଉତ, ଜାଣନ୍ତୁ
ଦଳର ନେତା ତଥା ମୁଖପାତ୍ର ସଞ୍ଜୟ ରାଉତ ମହାରାଷ୍ଟ୍ର ବିଧାନସଭାକୁ ଭଙ୍ଗ ନେଇ ସଙ୍କେକ ଦେଇଛନ୍ତି । ଉଦ୍ଧବ ସରକାର ନିକଟରେ ସଂଖ୍ୟା ନଥିବା ନେଇ ବିରୋଧୀଙ୍କ ଦାବି ପରେ ରାଉତଙ୍କ ଏହି ଟ୍ୱିଟ୍ ବହୁତ କିଛି ଦର୍ଶାଉଛି ।
ମୁମ୍ବାଇ : ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ସଙ୍କଟ ବଢିବାରେ ଲାଗିଛି । ଦଳର ନେତା ତଥା ମୁଖପାତ୍ର ସଞ୍ଜୟ ରାଉତ ମହାରାଷ୍ଟ୍ର ବିଧାନସଭାକୁ ଭଙ୍ଗ ନେଇ ସଙ୍କେକ ଦେଇଛନ୍ତି । ଉଦ୍ଧବ ସରକାର ନିକଟରେ ସଂଖ୍ୟା ନଥିବା ନେଇ ବିରୋଧୀଙ୍କ ଦାବି ପରେ ରାଉତଙ୍କ ଏହି ଟ୍ୱିଟ୍ ବହୁତ କିଛି ଦର୍ଶାଉଛି ।

ଉଲ୍ଲେଖନୀୟ କଥା ହେଉଛି, ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଉଦ୍ଧବ ସରକାର ବିପଦରେ ଅଛନ୍ତି । ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ପ୍ରସଙ୍ଗରେ ଟ୍ୱିଟ୍ କରି କହିଛନ୍ତି ଯେ 'ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ସଙ୍କଟ ବିଧାନସଭା ଭଙ୍ଗ ଆଡକୁ ଗତି କରୁଛି ।'
ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ଓଲଚା ଗଣନା ଆରମ୍ଭ ହୋଇଛି । ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଶିବସେନା ସରାକର ଭଙ୍ଗ ନେଇ ସଙ୍କେତ ଦେବା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ପୁଅ ଏବଂ କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ ତାଙ୍କ ଟ୍ୱିଟର ବାୟୋରୁ ମନ୍ତ୍ରୀ ପଦକୁ ହଟାଇ ଦେଇଛନ୍ତି ।
महाराष्ट्रातील राजकीय घडामोडींचा प्रवास विधान सभा बरखास्तीचया दिशेने..
— Sanjay Raut (@rautsanjay61) June 22, 2022
ଉଲ୍ଲେଖଥାଉ କି, ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ବଢିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭାକୁ ବିଲୋପ କରିବାକୁ ପରାମର୍ଶ ଦେଲେ ମଧ୍ୟ ଏହାକୁ ଗ୍ରହଣ କରିବା କିମ୍ବା ଅନ୍ୟ କିଛି ସାମ୍ବିଧାନିକ ବିକଳ୍ପ ଖୋଜିବା ରାଜ୍ୟପାଳ ଭାଗବତ ସିଂହ କୋଶ୍ୟାରୀଙ୍କ ବିବେକ ଉପରେ ନିର୍ଭର କରେ । କେବଳ ଏତିକି ନୁହେଁ, ମହା ବିକାଶ ଅଘାଡ଼ି ସରକାରର ଅନ୍ୟ ଦୁଇ ସହଯୋଗୀ ଏନସିପି ଏବଂ କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ହେବେ କି ନାହିଁ ତାହା ମଧ୍ୟ ଏକ ପ୍ରଶ୍ନ ।
ସୂଚନା ଅନୁସାରେ ମହାରାଷ୍ଟ୍ର ମେଣ୍ଟ ସରକାରରେ କଣ୍ଟା ସାଜିଛନ୍ତି ଏକନାଥ ସିନ୍ଦେ । ସିନ୍ଦେଙ୍କ ସହ ଅନ୍ୟ ବିଦ୍ରୋହୀ ବିଧାୟକ ସୁରତରୁ ବାହାରି ଏବେ ଆସାମ ଗୌହାଟୀର ଏକ ହୋଟେଲରେ ପହଞ୍ଚିଛନ୍ତି । 40 ରୁ ଅଧିକ ଶିବସେନା ବିଧାୟକ ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଏକନାଥ ସିନ୍ଦେ । ଏହାସହ 6 ଜଣ ସ୍ୱାଧୀନ ବିଧାୟକଙ୍କର ମଧ୍ୟ ସମର୍ଥନ ରହିଛି ବୋଲି ସିନ୍ଦେ ଦୃଢ଼ୋକ୍ତି ବାଢ଼ିଛନ୍ତି ।
288 ସିଟ୍ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବର୍ତ୍ତମାନ 287 ଜଣ ବିଧାୟକ ଅଛନ୍ତି । ଏଥିରେ ବିଜେପିର 106, ଶିବସେନା 55, ଏନସିପି 53 ଏବଂ କଂଗ୍ରେସ 44 ରହିଛି । ବାକିମାନେ ଅନ୍ୟ ଛୋଟ ଦଳଗୁଡ଼ିକର ସ୍ୱାଧୀନ ବିଧାୟକ ଅଟନ୍ତି । ବର୍ତ୍ତମାନ, ସରକାର ଗଠନ ଲାଗି ସଂଖ୍ୟାଗରିଷ୍ଠତା ପାଇଁ 144 ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications