Get Updates
Get notified of breaking news, exclusive insights, and must-see stories!

ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ, ଏକେ-47 ରେ ଉଡ଼ାଇଦେବ କହିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

sanjay raut

ମୁମ୍ବାଇ : ଉଦ୍ଧବ ଠାକରେ ଦଳର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଛି ହତ୍ୟା ଧମକ । ସଞ୍ଜୟ ରାଉତଙ୍କ ଅବସ୍ଥା ସିଦ୍ଧଉ ମୁସେୱାଲା ଭଳି କରାଯିବ ବୋଲି ଧମକପୂର୍ଣ୍ଣ ମେସେଜରେ ଲେଖାଅଛି । ଏହି ଧମକ ପାଇବା ପରେ ସଞ୍ଜୟ ରାଉତ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ସଞ୍ଜୟ ରାଉତଙ୍କୁ ଏହି ଧମକପୂର୍ଣ୍ଣ ମେସେଜ୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦ୍ୱାରା କରାଯାଇଛି । ଧମକପୂର୍ଣ୍ଣ ମେସେଜରେ କୁହାଯାଇଛି ଯେ 'ତୁ ଦିଲ୍ଲୀରେ ଭେଟ୍ । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଭଳି ତତେ ଏକେ-47 ରେ ଉଡ଼ାଇଦେବି । ସଲମାନ ଏବଂ ତୁ ଫିକ୍ସ... ପ୍ରସ୍ତୁତ ରୁହ...' । ଏହି ମେସଜରେ ରାଉତଙ୍କୁ ହିନ୍ଦୁ ବିରୋଧୀ ବୋଲି କହି ଧମକ ଦିଆଯାଇଛି ।

ସଞ୍ଜୟ ରାଉତ ଏହି ଧମକପୂର୍ଣ୍ଣ ମେସେଜ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କୁହାଯାଉଛି ଯେ ପୁଣେ ପୋଲିସ ଗତକାଲି ରାତିରେ ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି । ଅନ୍ୟପକ୍ଷରେ ସଞ୍ଜୟ ରାଉତଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି ।

ଏହା ପରେ ସଞ୍ଜୟ ରାଉତ କହିଛନ୍ତି ଯେ ଏହା ମୋ ସହିତ ପ୍ରଥମ ଥର ହୋଇନାହିଁ । ଏହି ସରକାର ଆସିବା ପରେ ଆମର ସୁରକ୍ଷା ହ୍ରାସ ପାଇଲା, କିନ୍ତୁ ଆମେ ଏ ବିଷୟରେ ଅଧିକ କିଛି କହିନାହୁଁ । ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗୁଣ୍ଡା ସହିତ ମିଶି ମୋତେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛି, ଯେତେବେଳେ ଏହାକୁ ନେଇ ମୁଁ ଚିଠି ଲେଖୁଛି, କୁହାଯାଉଛି ଏହା ଏକ ଷ୍ଟଣ୍ଟ । ଯଦି ଆମେ ସତ କହିବୁ, ତେବେ ଭୂକମ୍ପ ହୋଇଯିବ ।

ନିକଟରେ ବଲିଉଡ ତାରକା ସଲମାନ ଖାନଙ୍କୁ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଇଥିଲା । ସଲମାନ ଧମକ ପାଇବା ପରେ ଏବଂ ଏକ ମାମଲା ରୁଜୁ ହେବା ପରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ସୁରକ୍ଷାକୁ ଆହୁରି ବଢାଇ ଦେଇଛି । ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ସଲମାନ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+