ସପା ଆସନରୁ ରାଜ୍ୟସଭା ଯିବେ କପିଲ ସିବଲ ! ଡିମ୍ପଲ୍ ଯାଦବ ଏବଂ ଜାଭେଦ ଅଲିଙ୍କ ନାମରେ ମଧ୍ୟ ଚର୍ଚ୍ଚା
ସିବଲଙ୍କ କାର୍ଯ୍ୟକାଳ ଜୁଲାଇରେ ଶେଷ ହେବ । କଂଗ୍ରେସର ଏଥର ବିଧାନସଭାରେ ଅଧିକ ଆସନ ନାହିଁ କିମ୍ବା ହାଇକମାଣ୍ଡଙ୍କ ସହ ସିବଲଙ୍କର ଭଲ ସମ୍ପର୍କ ନାହିଁ । ସେ ସମୟ ସମୟରେ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଆସୁଛନ୍ତି ।
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର 11 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ମଧ୍ୟରେ ସମାଜବାଦୀ ପାର୍ଟି ଏହାର ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିଛି । ସୂଚନାନୁସାରେ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଏବଂ ଜାଭେଦ ଅଲି ଖାନଙ୍କୁ ରାଜ୍ୟସଭାକୁ ପଠାଇପାରନ୍ତି । ଏହା ବ୍ୟତୀତ ତାଲିକାରେ ଏକ ଆଶ୍ଚର୍ଯ୍ୟଜନକ ନାମ ଅଛି । ସୂତ୍ରରୁ ପ୍ରକାଶ ଯେ ସେ କଂଗ୍ରେସ ନେତା ବରିଷ୍ଠ ଓକିଲ କପିଲ ସିବଲଙ୍କୁ ରାଜ୍ୟସଭାକୁ ପଠାଇବାକୁ ଯୋଜନା କରିଛନ୍ତି ।

ବର୍ତ୍ତମାନ ସମାଜବାଦୀ ପାର୍ଟିର ରାଜ୍ୟସଭାରେ 5 ଜଣ ସଦସ୍ୟ ଅଛନ୍ତି । ଯେଉଁଥିରେ କୁନୱର ରେବତୀ ରମଣ ସିଂହ, ବିଶମ୍ବର ପ୍ରସାଦ ନିଶାଦ ଏବଂ ଚୌଧୁରୀ ସୁଖରାମ ସିଂହ ଯାଦବଙ୍କ କାର୍ଯ୍ୟକାଳ ଜୁଲାଇରେ ଶେଷ ହେବ । ତିନି ଜଣଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ସପା ଯୋଜନା କରୁଛି । ଏହି କାରଣରୁ ଡିମ୍ପଲ୍ ଯାଦବ, କପିଲ ସିବଲ ଏବଂ ଜାଭେଦ୍ ଅଲି ଖାନଙ୍କ ନାମ ଚୂଡାନ୍ତ ବିବେଚନା କରାଯାଉଛି । ଆସନ୍ତା 24 ତାରିଖରୁ ରାଜ୍ୟସଭା ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଖୁବ୍ ଶୀଘ୍ର ଏହା ମଧ୍ୟ ଦଳ ଘୋଷଣା କରିପାରେ ବୋଲି କୁହାଯାଉଛି ।
କାହିଁକି କପିଲ ସିବଲଙ୍କ ନାମ ?
କପିଲ ସିବଲଙ୍କୁ 2016 ରେ କଂଗ୍ରେସ ରାଜ୍ୟସଭାକୁ ପଠାଇଥିଲା । ସେହି ସମୟରେ ସମାଜବାଦୀ ପାର୍ଟି ତାଙ୍କୁ ସମର୍ଥନ କରିଥିଲା । ସିବଲଙ୍କ କାର୍ଯ୍ୟକାଳ ଜୁଲାଇରେ ଶେଷ ହେବ । କଂଗ୍ରେସର ଏଥର ବିଧାନସଭାରେ ଅଧିକ ଆସନ ନାହିଁ କିମ୍ବା ହାଇକମାଣ୍ଡଙ୍କ ସହ ସିବଲଙ୍କର ଭଲ ସମ୍ପର୍କ ନାହିଁ । ସେ ସମୟ ସମୟରେ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଆସୁଛନ୍ତି । ଅନ୍ୟପକ୍ଷରେ ଜେଲରୁ ବାହାରିଥିବା ଆଜମ ଖାନ ଏବଂ ଅଖିଳେଶଙ୍କ ମଧ୍ୟରେ ବିବାଦ ସମ୍ପର୍କରେ ଖବର ସାମ୍ନାକୁ ଆସୁଛି । ସୂଚନାନୁସାରେ, ଅଖିଳେଶ ଆଜମଙ୍କୁ ଖୁସି କରିବା ପାଇଁ ସିବଲଙ୍କୁ ରାଜ୍ୟସଭାକୁ ପଠାଇବାକୁ ରାଜି ହୋଇଛନ୍ତି ବଲି କୁହାଯାଉଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications