ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ପରଲୋକ
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ହେବ ଗୁରୁଗ୍ରାମର ମେଦନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ହେବ ଗୁରୁଗ୍ରାମର ମେଦନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ କିଛି ଦିନ ହେବ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ହୋଇଥିଲା ।

ମୃତ୍ୟୁ ବିଷୟରେ ପୁତ୍ର ଅଖିଲେଶ ଯାଦବ ସୂଚନା ଦେଇଛନ୍ତି । ଅଖିଳେଶ ଲେଖିଛନ୍ତି : ମୋର ଆଦରଣୀୟ ପିତା ତଥା ସମସ୍ତଙ୍କ ନେତା ଆଉ ନାହାଁନ୍ତି ।
ଆମେ ଆପଣଙ୍କୁ କହି ରଖୁଛୁ ଅକ୍ଟୋବର 2 ରେ ମୂତ୍ର ସଂକ୍ରମଣ, ବିପି ଏବଂ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧାର ସମ୍ମୁଖାନ ହେବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଲ୍ଲେଖନୀୟ କଥା ହେଉଛି, ରବିବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଯାହା ପରେ ତାଙ୍କର ଡାଏଲିସିସ୍ ମଧ୍ୟ କରାଯାଇଥିଲା । ଡାକ୍ତରଖାନା ସୂତ୍ର ଅନୁଯାୟୀ, ସୋମବାର ଦିନ ସକାୀଳ 8.15 ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ନଭେମ୍ବର 22, 1939 ରେ ଜନ୍ମ ହୋଇଥିବା ମୁଲାୟମ ଉତ୍ତରପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ରହିବା ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ 10 ଥର ବିଧାୟକ ଏବଂ ସାତଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।












Click it and Unblock the Notifications