ଆଜି ଅନଶନରେ ବସିବେ ପାଇଲଟ୍, ଦଳ ବିରୋଧୀ କାମ କହିଲା କଂଗ୍ରେସ
ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ପୁଣି ଦେଖାଦେଇଛି ମତଭେଦ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହଂ ସଚିନ୍ ପାଇଲଟ୍ ଙ୍କ ମଧ୍ୟରେ ଥିବା ବିବାଦ ପୁଣି ମୁଣ୍ଡ ଟେକିଛି । ପାଇଲଟ୍ ଆଜି ଦିନିକିଆ ଅନଶନ କରିବେ । ରାଜ୍ୟରେ ବିଜେପି ସରକାର ଥିବା ବେଳେ ହୋଇଥିବା ଦୁର୍ନୀତିର ଯାଞ୍ଚ କରିବା ଦାବି କରି ପାଇଲଟ୍ ଏହି ଅନଶନ କରିବେ ।

ରବିବାର ଦିନ ସଚିନ ପାଇଲଟ ପୁଣିଥରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଟାର୍ଗେଟ୍ କରିଥିଲେ । ଭାରତୀୟ ଜନତା ପାର୍ଟିର ଶାସନ କାଳରେ ହୋଇଥିବା ଦୁର୍ନୀତି ମାମଲାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେ କହିଛନ୍ତି । ଏପରକି ଗେହଲଟ୍ ବିଜେପିର ବସୁନ୍ଧରା ରାଜେଙ୍କ ସହ ମିଶି କାମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଏହା ବିରୋଧରେ ସଚିନ ପାଇଲଟ ଆଜି ଦିନିକିଆ ଅନଶନ କରିବେ ।
ସୋମବାର ରାତିରେ କଂଗ୍ରେସ ଦଳ ସଚିନ ପାଇଲଟଙ୍କୁ ମନାଇବା ପାଇଁ ଉଦ୍ୟମ କରିଥିଲା । ତାଙ୍କୁ ମଧ୍ୟ ନିଜ ଦଳ ବିରୋଧରେ ଧର୍ମଘଟରେ ନ ବସିବାକୁ ଚେତାବନୀ ଦିଆଯାଇଥିଲା । ରାଜସ୍ଥାନ କଂଗ୍ରେସ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂହ ରାନ୍ଧୱା କହିଛନ୍ତି ଯେ ସଚିନ ପାଇଲଟ ଆସନ୍ତାକାଲି ଦଳର ସ୍ୱାର୍ଥ ବିରୋଧରେ ଅନଶନ କରିବାକୁ ଯାଉଛନ୍ତି । ଏହା ଦଳ ବିରୋଧୀ କାର୍ଯ୍ୟକଳାପ । ଯଦି ଆମ ନିଜ ସରକାରରେ କୌଣସି ଅସୁବିଧା ଅଛି, ତେବେ ଏହାକୁ ଦଳର ଫୋରମରେ ଆଲୋଚନା କରାଯାଇପାରିବ । ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ମଧ୍ୟରେ ନୁହେଁ । ମୁଁ ରାଜସ୍ଥାନ କଂଗ୍ରେସର ଦାୟିତ୍ୱରେ ଅଛି, କିନ୍ତୁ ସଚିନ ପାଇଲଟ ମୋ ସହ କେବେ ଆଲୋଚନା କରିନାହାଁନ୍ତି । ମୁଁ ତାଙ୍କ ସହ ଯୋଗାଯୋଗରେ ଅଛି ଏବଂ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଚେଷ୍ଟା କରିବାକୁ ତାଙ୍କୁ ନିବେଦନ କରୁଛି, ସେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।












Click it and Unblock the Notifications