Get Updates
Get notified of breaking news, exclusive insights, and must-see stories!

ରାଜସ୍ଥାନ କଂଗ୍ରେସରେ ପୁଣି ଫାଟ; ଗେହଲଟଙ୍କ ବିରୋଧରେ ମୁହଁ ଖୋଲିଲେ ପାଇଲଟ୍

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ପୁଣି ଦେଖାଦେଇଛି ଫାଟ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟଙ୍କ କଳହ ପୁଣି ଦାଣ୍ଡରେ ପଡ଼ିଛି । ପାଇଲଟ୍ ମୁଖ୍ୟମନ୍ତ୍ରୀଙ୍କ ନାମ ରେ ଆଣିଛନ୍ତି ଗୁରୁତର ଅଭିଯୋଗ । ଗେହଲଟ୍ - ବସୁନ୍ଧରା ରାଜେଙ୍କ ସହ ମିଶି କାମ କରୁଥିବାର କହିଛନ୍ତି ପାଇଲଟ୍ ।

Sachin Pilot - Ashok gehlot

ବସୁନ୍ଧରା ରାଜେ ସରକାରଙ୍କ ନାଁରେ ଆସିଥିବା ଦୁର୍ନୀତି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପତ୍ର ଲେଖିଲେ ମଧ୍ୟ ଜବାବ ମିଳୁନି ବୋଲି ଆଜି କହିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍‌ । ସାମ୍ବାଦିକ ସମ୍ମିଳନୀରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ କହିଛନ୍ତି, ଆମେ ବସୁନ୍ଧରା ସରକାରଙ୍କ ବିରୋଧରେ ଅଭିଯୋଗ ଆଗତ କରିଥିଲୁ । ରାଜ୍ୟ କଂଗ୍ରେସ ୟୁନିଟ୍‌ର ତତ୍‌କାଳୀନ ସଭାପତି ଭାବେ ମୁଁ ଏକା ମଧ୍ୟ କେତେକ ଅଭିଯୋଗ ଆଗତ କରିଥିଲି । ମୋ ମନରେ ପ୍ରତିହିଂସା ରାଜନୀତି ନାହିଁ । କିନ୍ତୁ, ବିରୋଧୀ ଭାବେ ଆମର କିଛି ଆସ୍ଥା ଥିବାରୁ ଆମେ କ୍ଷମତାକୁ ଆସିଲୁ ।

ପାଇଲଟ୍ ଆହୁରି କହିଛନ୍ତି, ମୋର ମନେହୁଏ ଆମେ ଆଲୋଚନା ଜାରି ରଖିବା ଉଚିତ । 'ବିଜେପି' ସରକାର ନାଁରେ ଆମେ ଆଗତ କରିଥିବା ଅଭିଯୋଗଗୁଡ଼ିକର ତଦନ୍ତ କରିବା ପାଇଁ ଏଇଟା ଉପଯୁକ୍ତ ସମୟ ବୋଲି ମୁଁ ପ୍ରାୟ ଦେଢ଼ ବର୍ଷ ପୂର୍ବେ ଗେହ୍‌ଲଟ୍‌ଙ୍କୁ ପତ୍ର ଲେଖିଥିଲି । ଆମ କଥା ଓ କାମରେ ଫରକ ନାହିଁ ବୋଲି କଂଗ୍ରେସ ଜନସାଧାରଣଙ୍କୁ ଦେଖାଇଦେବା ଉଚିତ ।

ସେ ଗେହଲଟଙ୍କ ଉପରେ ବିଜେପି ନେତାଙ୍କୁ ବଞ୍ଚାଉଥିବା ଅଭିଯୋଗ ଆଣିଛନ୍ତି । ତାଙ୍କର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରଛନ୍ତି, ବିରୋଧୀ ଦଳରେ ରହି ବି ଯେତେ ସବୁ ଦୁର୍ନୀତି ହୋଇଛି ସବୁକୁ ଅଶୋକ ଗେହଲଟ ଦବାଇ ଦେଇଛନ୍ତି ।

ପାଇଲଟ କହିଛନ୍ତି, ପୂର୍ବ ନିର୍ବାଚନବେଳେ କଂଗ୍ରେସ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା, କ୍ଷମତାକୁ ଆସିବା ପରେ ମାମଲାର ଯାଞ୍ଚ କରିବ । ହେଲେ ମିଳିମିଶି ଲୁଟିବା ପରେ ଏହି ମାମଲାକୁ ଦବାଇ ଦିଆଯାଇଛି । ସରକାର ଗଠନ ସମୟରେ ଆମେ ଅନେକ କଥା କହିଥିଲୁ । ହେଲେ ଏ ଯାଏ ସେ ସବୁ କାର୍ଯ୍ୟକାରୀ ହେଲାନି ।

ସେଥିପାଇଁ ପାଇଲଟ୍ ଅପ୍ରେଲ 11 ରେ ଶହୀଦ ସ୍ମାରକ ପାଖରେ ଗୋଟିଏ ଦିନ ଅନଶନ କରିବେ । ତାଙ୍କ ସରକାର ଯାହା କରିନାହାନ୍ତି ସେ ସବୁ କାର୍ଯ୍ୟକାରୀ କରାଇବା ପାଇଁ ସେ ଅନଶନରେ ବସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+