‘ମୁଁ ଜୟଲଳିତାଙ୍କ ଚିକିତ୍ସାରେ କଦାପି ହସ୍ତକ୍ଷେପ କରି ନାହିଁ' - ଶଶିକଳା
ଶଶିକଳା କହିଛନ୍ତି ଯେ ମୁଁ ଜୟଲଳିତାଙ୍କ ଚିକିତ୍ସାରେ ହସ୍ତକ୍ଷେପ କରି ନାହିଁ । ମୁଁ ଏହା ଉପରେ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି ।
ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ମାମଲାରେ ଜଷ୍ଟିସ ଏ ଅରୁମୁଗସ୍ୱାମୀ ଆୟୋଗର ରିପୋର୍ଟ ମଙ୍ଗଳବାର ଦିନ ବିଧାନସଭାରେ ଉପସ୍ଥାପିତ ହୋଇଛି । ଯେଉଁଥିରେ ଶଶିକଳା ଏବଂ ଅନ୍ୟ ଅଧିକାରୀଙ୍କ ସମେତ ଡାକ୍ତର ଦଳଙ୍କୁ ଜୟଲଳିତାଙ୍କ ମୃତ୍ୟୁରେ ଦୋଷୀ ଚିହ୍ନଟ କରାଯାଇଛି ଏବଂ ତଦନ୍ତ ନିର୍ଦ୍ଦେଶ ଦିଆଯିବା ନେଇ ଦାବି କରାଯାଇଛି । ପରେ ସନ୍ଧ୍ୟାରେ AIADMK ର ବହିଷ୍କୃତ ନେତା ଶଶିକଳା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

2016 ରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁକୁ ନେଇ ଆୟୋଗର ରିପୋର୍ଟରେ ଶଶିକଳାଙ୍କୁ ଦୋଷୀ ବୋଲି ଦର୍ଶାଯାଇଛି । ଏହାର ଉତ୍ତରରେ ଶଶିକଳା କହିଛନ୍ତି ଯେ ମୁଁ ଜୟଲଳିତାଙ୍କ ଚିକିତ୍ସାରେ ହସ୍ତକ୍ଷେପ କରି ନାହିଁ । ମୁଁ ଏହା ଉପରେ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି ।
ଉଲ୍ଲେଖନୀୟ କଥା ହେଉଛି, ଆୟୋଗ ତାଙ୍କ ରିପୋର୍ଟରେ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ତଥା ବିଶ୍ୱାସୀ ଶଶିକଳା ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଶଶିକଳା ବ୍ୟତୀତ ଏହି ରିପୋର୍ଟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟଭାସ୍କର, ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍ ଏବଂ ଡାକ୍ତର ତଥା ଶଶିକଳାଙ୍କ ସମ୍ପର୍କୀୟ କେ.ଏସ୍ ଶିବକୁମାରଙ୍କ ନାମ ରହିଛି । ଏହା ବ୍ୟତୀତ ତତ୍କାଳୀନ ମୁଖ୍ୟ ସଚିବ ରାମ ମୋହନ ରାଓ ଏବଂ ଡାକ୍ତରଙ୍କ ବିରୋଧରେ ତଦନ୍ତ ପାଇଁ ସୁପାରିଶ କରାଯାଇଛି । ସେମାନଙ୍କ ମଧ୍ୟରେ ବିଜୟଭାସକର ହେଉଛନ୍ତି AIADMK ନେତା ତଥା ବିଧାୟକ ।












Click it and Unblock the Notifications