Get Updates
Get notified of breaking news, exclusive insights, and must-see stories!

"ରାହୁଲଙ୍କ ନେତୃତ୍ୱ କ୍ଷମତା ନାହିଁ, ସେ ଥିବା ଯାଏଁ ଦଳ ଆଗେଇ ପାରିବ ନାହିଁ"

ଆସାମ ନିର୍ବାଚନରେ ​​ପରାଜୟ ପାଇଁ ବରିଷ୍ଠ ନେତୃତ୍ୱଙ୍କୁ ଦାୟୀ କରି କଂଗ୍ରେସ ବିଧାୟକ ରୁପଜ୍ୟୋତି କୁର୍ମୀ ଦଳ ତଥା ବିଧାନସଭାରୁ ଇସ୍ତଫା ଦେଇଛନ୍ତି ।

ଗୌହାଟି : କଂଗ୍ରେସର ପିଛା ଛାଡ଼ୁନି ସମସ୍ୟା । ଦଳ ଭିତରେ ଅନ୍ତଃକନ୍ଦଳ ହେଉ ଅବା କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, କଂଗ୍ରେସ ପାଇଁ ଟାଣି ଆଣୁଛି ଗୋଟିଏ ପରେ ଗୋଟିଏ ବିବାଦ । ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ଆସାମରୁ ଦଳ ପାଇଁ ଏବେ ଆସିଛି ଆଉ ଏକ ବିଚଳିତ ଖବର । ଆସାମ ନିର୍ବାଚନରେ ​​ପରାଜୟ ପାଇଁ ବରିଷ୍ଠ ନେତୃତ୍ୱଙ୍କୁ ଦାୟୀ କରି କଂଗ୍ରେସ ବିଧାୟକ ରୁପଜ୍ୟୋତି କୁର୍ମୀ ଦଳ ତଥା ବିଧାନସଭାରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପୂର୍ବରୁ ରୁପଜ୍ୟୋତି କୁର୍ମୀ କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ କରି କହିଛନ୍ତି ଯେ 'ବିଧାନସଭା ନିର୍ବାଚନ ସମୟରେ ଯୁବ ନେତାଙ୍କ ମତ ଶୁଣାଯାଇନଥିଲା ଏବଂ ଗ୍ରହଣ କରାଯାଇନଥିଲା, ଯେଉଁ କାରଣରୁ ଦଳ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । ଏଥର ଆମର ବିଜୟ ପାଇଁ ଏହା ବହୁତ ଭଲ ସୁଯୋଗ ଥିଲା ।'

congress

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରୂପଜ୍ୟୋତି କୁର୍ମୀ କହିଛନ୍ତି, 'ମୁଁ ଆଜି କଂଗ୍ରେସ ଦଳ ଛାଡିଛି, କାରଣ ଦିଲ୍ଲୀ ଏବଂ ଗୌହିଟୀରେ ବସିଥିବା ଶୀର୍ଷ ନେତାମାନେ କେବଳ ବରିଷ୍ଠ ନେତାଙ୍କ ମତାମତ ଶୁଣୁଛନ୍ତି, ଯୁବକମାନଙ୍କ କଥା ଶୁଣୁ ନାହାଁନ୍ତି । ବିଧାନସଭା ନିର୍ବାଚନ ସମୟରେ ଆମେ ସେମାନଙ୍କୁ କହିଥିଲୁ ଯେ ଏଥର କଂଗ୍ରେସକୁ କ୍ଷମତାକୁ ଫେରିବା ପାଇଁ ବହୁତ ଭଲ ସୁଯୋଗ ରହିଛି ଏବଂ ତେଣୁ ଆମେ AIUDF ସହିତ ମେଣ୍ଟ କରିବା ଉଚିତ ନୁହେଁ, କାରଣ ଏହା ଏକ ବଡ ଭୁଲ ହେବ । ତାହା ହିଁ ଘଟିଲା ।'

'ରାହୁଲ ଥିବା ଯାଏଁ କଂଗ୍ରେସ ଅଗ୍ରଗତି କରିପାରିବ ନାହିଁ'

ଏଥି ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ରୁପଜ୍ୟୋତି କୁର୍ମୀ କହିଛନ୍ତି ଯେ 'ପ୍ରତ୍ୟେକ ରାଜ୍ୟରେ କଂଗ୍ରେସର ଅବସ୍ଥା ଭଲ ନାହିଁ, କାରଣ ଦଳ ଏହାର ଯୁବ ନେତାମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରୁଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ନେବାର କ୍ଷମତା ନାହିଁ, ଯେପର୍ଯ୍ୟନ୍ତ ସେ ଶୀର୍ଷରେ ଅଛନ୍ତି, ଦଳ ଅଗ୍ରଗତି କରିପାରିବ ନାହିଁ । ମୁଁ ଆଜି ବାଚସ୍ପତି ବିଶ୍ୱଜିତ ଡେମାରିଙ୍କୁ ଭେଟି ମୋର ଇସ୍ତଫା ତାଙ୍କ ନିକଟରେ ଦାଖଲ କରିଛି ।'

କିଏ ଏହି ରୂପଜ୍ୟୋତି କୁର୍ମୀ

ଆସାମର ଜୋରହାଟ ଜିଲ୍ଲାର ମାରିଆନି ଆସନରୁ ନିର୍ବାଚିତ ହେବା ପରେ ବିଧାନସଭାରେ ପହଞ୍ଚିଥିବା ରୁପଜ୍ୟୋତି କୁର୍ମି ଚାରିଥର ବିଧାୟକ ହୋଇସାରିଛନ୍ତି । ଯଦିଓ ରୁପଜ୍ୟୋତି କୁର୍ମୀ ତାଙ୍କ ଇସ୍ତଫା ପାଇଁ କଂଗ୍ରେସ ନେତୃତ୍ୱକୁ ଦାୟୀ କରିଛନ୍ତି, ତଥାପି ସେ ଖୁବ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+