'ମୁଁ ମୋ ବେଷ୍ଟ୍ ଦେଇଛି, ମୁଖ୍ୟମନ୍ତ୍ରୀଙ୍କ ବୋଧ ହୁଏ ଅଧିକ ଆଶା ଥିଲା', ମୁହଁ ଖୋଲିଲେ ରୋହିତ

rohit pujari

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍ ଆଜି ରୋହିତ ପୂଜାରୀଙ୍କ ଠାରୁ ମନ୍ତ୍ରୀ ପଦ ଛଡାଇ ନେଇଛନ୍ତି । ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଛି । ଏ ନେଇ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବାଦ୍ ଦିଆଯାଇଛି । ଏହା ପରେ ଅତନୁ ସବ୍ୟସାଚୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିବା ମଧ୍ୟରେ ମନ୍ତ୍ରୀ ପଦରୁ ବାଦ୍ ପଡ଼ିବା ନେଇ ମୁହଁ ଖୋଲିଛନ୍ତି ରୋହିତ ପୂଜାରୀ । ରୋହିତ କହିଛନ୍ତି ଯେ ମୁଁ ମୋର ବେଷ୍ଟ୍ ଦେଇଛି । ମୁଖ୍ୟମନ୍ତ୍ରୀ ବୋଧ ହୁଏ ମୋ ଠାରୁ ଅଧିକ ଆଶା କରୁଥିଲେ, ଯାହା ମୁଁ ଦେଇପାରିନଥିବି । ସେଥିପାଇଁ ମୋତେ ବାଦ ଦିଆଯାଇଥିବ । ବାଦ୍ ପଡିଥିବା ଯୋଗୁଁ ଦୁଃଖ ନାହିଁ, ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ କରିବି । ମୁଁ ଭାବୁଛି ମୁଖ୍ୟମନ୍ତ୍ରୀଙ୍କର ଅଧିକ ଆଶା ଥିଲା, ଯାହା ପୂର୍ଣ୍ଣ ହୋଇପାରିନାହିଁ | ସେଥିପାଇଁ ମୋତେ ବାଦ ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମତେ ବହୁତ ଜିନିଷରେ ଆଶୀର୍ବାଦ କରିଛନ୍ତି । ଜିଲ୍ଲା ସଭାପତି ସହ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ କରିଥିଲେ । ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଛନ୍ତି l ମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ l ମୁଁ ନୂଆ ମନ୍ତ୍ରୀ ହୋଇଥିଲି । ସମୟ ଅଛି ଶିଖିବି, ଯାହା ଦାୟିତ୍ୱ ଦେବେ କାମ କରିବି ।

ସୂଚନାଥାଉକି, ଗତ ଜୁନ୍ ମାସରେ ରୋହିତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଥିଲା । ବର୍ତ୍ତମାନ ସେ ରେଢ଼ାଖୋଲ ଆସରୁ ବିଧାୟକ ଅଛନ୍ତି । କିଛି ଦିନ ପୂର୍ବରୁ ରାଜନୀତିରେ ଅବସର ନେବା ବୟସ ସୀମାକୁ ନେଇ ଏକ ବୟାନ ଦେଇଥିଲ । 60 ବର୍ଷ ପରେ ଆଉ ନିର୍ବାଚନ ନ ଲଢିବା ନେଇ କହିଥିଲେ ରୋହିତ । ଏହି ମନ୍ତବ୍ୟ ରୋହିତଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ସମ୍ବଲପୁର ଓ ରେଢ଼ାଖୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+