ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଆରଏଲପି ସାଂସଦ ହନୁମାନ ବେନିୱାଲଙ୍କ ସ୍ଲୋଗାନ : କୃଷି ଆଇନ ପ୍ରତ୍ୟାହାର କରିବାକୁ କଲେ ଦାବି

ଆଜିର ରାଷ୍ଚ୍ରପତିଙ୍କ ଅଭିଭାଷଣ ସମୟରେ ଆରଏଲପି ସାଂସଦ ହନୁମାନ ବେନିଓ୍ୱାଲ୍ ନାରାବାଜି ଲଗାଇଥିଲେ । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଏହାକୁ ପ୍ରତ୍ୟାହାର କରିବା ଦାବି କରିବା ସହ ପୋଷ୍ଚର ଦେଖାଇଛନ୍ତି ।

ନୂଆଦିଲ୍ଲୀ : ଆର୍ଥିକ ବର୍ଷ 2021-22 ପାଇଁ ବଜେଟ୍ ଉପସ୍ଥାପନ ପୂର୍ବରୁ ଶୁକ୍ରବାର ରାଷ୍ଚ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି । ଆଜିର ଏହି ରାଷ୍ଚ୍ରପତିଙ୍କ ଅଭିଭାଷଣ ସମୟରେ ଆରଏଲପି ସାଂସଦ ହନୁମାନ ବେନିଓ୍ୱାଲ୍ ନାରାବାଜି ଲଗାଇଥିଲେ । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଏହାକୁ ପ୍ରତ୍ୟାହାର କରିବା ଦାବି କରିବା ସହ ପୋଷ୍ଚର ଦେଖାଇଛନ୍ତି ।

RLP-Leader-Hanuman-Beniwal

ଉଲ୍ଲେଖଯୋଗ୍ୟ, ହନୁମାନ ବେନିୱାଲ କୃଷକ ଆନ୍ଦୋଳନ ବିଷୟରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ଦିଲ୍ଲୀରେ ହିଂସାକୁ ପାଥେୟ କରି କୃଷକ ଆନ୍ଦୋଳନକୁ ବନ୍ଦ କରିବାକୁ ଚେଷ୍ଟା କରାଯାଏ, ତେବେ ଏହାର ପରିଣାମ କେନ୍ଦ୍ର ସରକାରଙ୍କୁ ଭୋଗିବାକୁ ହେବ । ସେ କହିଛନ୍ତି ଯେ ଯଦି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ଜବରଦସ୍ତ ହଟାଇ ଦିଆଯାଏ, ତେବେ ଦେଶର କୃଷକ ଏବଂ ସୈନିକମାନେ ଚୁପ୍ ରହିବେ ନାହିଁ । ଆମେ 26 ଜାନୁଆରୀରେ ଏହି ଘଟଣାକୁ ନିନ୍ଦା କରୁଛୁ, କିନ୍ତୁ ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର ଏବଂ ଚାଷୀଙ୍କୁ ହଇରାଣ କରାଯିବାକୁ ବରଦାସ୍ତ କରାଯିବ ନାହିଁ । ହନୁମାନ ବେନିୱାଲ କହିଛନ୍ତି ଯେ ଆମେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+