ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ, ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଆଣିବାକୁ ପ୍ରସ୍ତୁତି
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି । ଏହା ପରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ରାଞ୍ଚିରୁ ଦିଲ୍ଲୀ ଅଣାଯିବ ।
ରାଞ୍ଚି : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି । ଏହା ପରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ରାଞ୍ଚିରୁ ଦିଲ୍ଲୀ ଅଣାଯିବ । ଲାଲୁ ପ୍ରସାଦ ଯାଦବ ଆରଏମଏସରେ ଚିକିତ୍ସିତ ହେଉଛନ୍ତି । ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ନେବାକୁ ମେଡିକାଲ ବୋର୍ଡ ଅନୁମତି ଦେଇଛି, ପରେ ତାଙ୍କୁ ଦିଲ୍ଲୀ ନେବାକୁ ପ୍ରସ୍ତୁତି ଚାଲିଛି ।

ଆପଣଙ୍କୁ କହି ରଖୁଛୁ ଫେବୃଆରୀ 21 ରେ ସିବିଆଇ କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ଡୋରଣ୍ଡା ଟ୍ରେଜେରୀ ଚାା ଗୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡ ଭୋଗିବା ସହ 60 ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଅସୁସ୍ଥତା ହେତୁ ଜେଲ ପ୍ରଶାସନ ତାଙ୍କୁ RIMS ରେ ଭର୍ତ୍ତି କରିଥିଲା ।
ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଅଟେ । ଲାଲୁ ଯାଦବଙ୍କ କିଡନୀ 80 ପ୍ରତିଶତ କାମ କରୁନାହିଁ । କେବଳ 20 ପ୍ରତିଶତ କାମ ହେତୁ ତାଙ୍କୁ ଦିଲ୍ଲୀକୁ ପଠାଇବା ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ମେଡିକାଲ ବୋର୍ଡର ଅନୁମତି ପରେ ତାଙ୍କୁ ଦିଲ୍ଲୀ ନେବାକୁ ପ୍ରସ୍ତୁତି ଚାଲିଛି ।












Click it and Unblock the Notifications