କଣ ହେବ ଓଡ଼ିଶା କଂଗ୍ରେସର ଭାଗ୍ୟ ? ଏକ ହେବେ ନା ଲାଗି ରହିବ କନ୍ଦଳ...

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସରେ ଲାଗି ରହିଥିବା ଅନ୍ତଃକନ୍ଦଳ ମଧ୍ୟରେ ଆଜି ବସିଥିଲା କାର୍ଯ୍ୟକାରିଣୀ ବୈଠକ । ଏହି ସମୟରେ ନିଜ ଭିତରେ ଥିବା କନ୍ଦଳକୁ ଦୂରେଇବାକୁ ପ୍ରୟାସ କରିଛି ଦଳ । ନିକଟରେ ଦଳ ବିରୋଧୀ କାର୍ଯ୍ୟ ନେଇ କଟକ ବିଧାୟକ ମହମ୍ମଦ ମୋକିମ ଏବଂ ଜଗତସିଂହପୁର ଜିଲ୍ଲାର ଟାଣୁଆ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନ ପ୍ରସଙ୍ଗ ଆଜିର ବୈଠକରେ ଉଠିଥିବା ନେଇ ସୂଚନା ମିଳିଛି । ଏହାକୁ ନେଇ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଛି ବୋଲି ଜଣାପଡ଼ିଛି ।

Odisha congress

ଅନେକ ନେତା ମୋକିମ୍ ଏବଂ ବିଶ୍ୱାଳଙ୍କ ସମର୍ଥନରେ ବାହାରିଥିବା ବେଳେ ଆଉ କିଛି ବିନା ଆଲୋଚନାରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ କରିଛନ୍ତି । ସେହିପରି ଆଉ କିଛି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି କାରଣ ଉଭୟ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ ।

କିନ୍ତୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏହି ଦାବିକୁ ଖଣ୍ଡନ କରିଛନ୍ତି । କାର୍ଯ୍ୟନିର୍ବାହୀ କମିଟି ବୈଠକରେ ମୋକିମ ଓ ବିଶ୍ୱାଳଙ୍କ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ, ବରଂ ବେକାରି ସମସ୍ୟା, ଦର ବୃଦ୍ଧି, ଛାତ୍ର ସଂସଦ ନିର୍ବାଚନ, ଚିଟଫଣ୍ଡ ଦୁର୍ନୀତି ନେଇ ଆଲୋଚନା ହୋଇଥିଲା ବୋଲି ସେ କହିଛନ୍ତି ।

ଅପରପକ୍ଷରେ ନିଲମ୍ବନକୁ ସହଜରେ ହଜମ କରି ପାରୁନାହାଁନ୍ତି ମୋକିମ-ଚିରଞ୍ଜୀବଙ୍କ ସମର୍ଥକ । ଏହାକୁ ନେଇ ଥମୁନି ପ୍ରତିବାଦ ସ୍ୱର । ଗତକାଲି କଂଗ୍ରେସ ଭବନରେ ହୋହଲ୍ଲା କରିବା ପରେ ଆଜି କଟକରେ ମୌନ ପ୍ରତିବାଦ କରି ଦୁଇ ନେତାଙ୍କ ନିଲମ୍ବନକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ ।ଏଠାରେ ନିଜେ ମୋକିମ ଯୋଗ ଦେଇ କହିଥିଲେ, ମୁଁ କଂଗ୍ରେସର ଜଣେ ସଚ୍ଚୋଟ କର୍ମୀ । ମୁଁ କେବେ ବି ଦଳ ବିରୋଧୀ କାମ କରିନି । ନିଲମ୍ବନ ସତ୍ତ୍ୱେ ବି ସେ କଂଗ୍ରେସରେ ଅଛନ୍ତି ଆଉ ଆଗକୁ ରହିବେ । ଦଳର କିଛି ଲୋକ ତାଙ୍କୁ ଇର୍ଷାନ୍ୱିତ ହୋଇ ଏପରି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+