ସଦସ୍ୟତା ପଦ ଯିବା ପରେ କହିଲେ ରାହୁଲ, "କୌଣସି ବି ମୂଲ୍ୟ ଦେବାକୁ ପ୍ରସ୍ତୁତ"

Rahul Gandhi

ନୂଆଦିଲ୍ଲୀ : ମୋଦୀ ସରନେମ୍ ମାମଲାରେ ଦୋଷୀ ସାବ୍ୟସ୍ତ କରି ରାହୁଲ ଗାନ୍ଧୀଙ୍କୁ କୋର୍ଟ 2 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ପରେ ରାହୁଲଙ୍କ ସଂସଦରେ ସଦସ୍ୟତା ପଦ ରଦ୍ଦ କରି ଦିଆଯାଇଛି । ଏହାକୁ ଏକ ରାଜନୈତିକ ପ୍ରତିଶୋଧ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ମାମଲାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ସଂସଦରେ ଅଯୋଗ୍ୟ ଘୋଷଣା କରିବା ପାଇଁ ସମସ୍ତ କୌଶଳ ଆପଣାଯାଇଛି । ଏଥି ସହ ରାହୁଲ ଗାନ୍ଧୀ ନିଜେ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି । ଟ୍ୱିଟରରେ ସେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ତାଙ୍କର ସଂଗ୍ରାମ ଆହୁରି ଆଗକୁ ଜାରି ରହିବ । ସେ ଏଥିରେ ହାର ମାନିବେ ନାହିଁ ।

ଅଯୋଗ୍ୟ ଘୋଷଣା ହେବା ପରେ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଜେପିର ନାଁ ନ ନେଇ ସେ କହିଛନ୍ତି ଯେ ସେ ଦେଶର ଆବାଜ୍ ପାଇଁ ଲଢୁଥିବାରୁ ସେ ନିଜର ଉଦ୍ଦେଶ୍ୟ ଛାଡିବେ ନାହିଁ । ରାହୁଲ ଗାନ୍ଧୀ ଶୁକ୍ରବାର ଏକ ଟ୍ୱିଟ୍ କରି ଲେଖିଛନ୍ତି, "ମୁଁ ଭାରତର ସ୍ୱର ପାଇଁ ଲଢୁଛି । ମୁଁ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି ।"

2019 ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗୁଜରାଟ କୋର୍ଟ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଯେଉଁଥିପାଇଁ ତାଙ୍କର ସଂସଦର ସଦସ୍ୟତା ରଦ୍ଦ ହୋଇଛି । ବିଶେଷଜ୍ଞହ୍କ ଅନୁସାରେ, କେରଳର ୱାୟାନାଡ ଆସନରୁ ସାଂସଦଙ୍କ ଲୋକସଭା ସଦସ୍ୟତା ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ମାତ୍ରେ ଅଯୋଗ୍ୟ ହୋଇଯାଇଥିଲା ।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ସଂସଦରୁ ଅଯୋଗ୍ୟ ଘୋଷିତ କରାଯିବା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସମସ୍ତ ପଦ୍ଧତି ଚେଷ୍ଟା କରାଯାଇଛି । ଯେଉଁମାନେ ସତ୍ୟ କହୁଛନ୍ତି ସେମାନଙ୍କୁ ସେ ପସନ୍ଦ କରନ୍ତି ନାହିଁ । କିନ୍ତୁ କଂଗ୍ରେସ ସତ୍ୟ କହିବା ଜାରି ରଖିବ । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆବଶ୍ୟକ ପଡ଼ିଲେ ଜେଲ ଯିବୁ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+