ମଣିପୁରର 6 ଟି ବୁଥରେ ହେଉଛି ପୁନଃ ମତଦାନ, ଅପରାହ୍ନ 4 ଟାରେ ଶେଷ ହେବ ଭୋଟ୍ ଗ୍ରହଣ
ଦୁଇ ପର୍ଯ୍ୟାୟ ମତାଦନ ଶେଷ ହୋଇଥିବା ମଣିପୁର ବିଧାନସଭା ନିର୍ବାଚନର 6 ଟି ମତଦାନ କେନ୍ଦ୍ରରେ ଆଜି ଅର୍ଥାତ୍ ମାର୍ଚ୍ଚ 8, 2022 ରେ ପୁନଃ ମତଦାନ ହେଉଛି ।
ଇମ୍ଫାଲ୍ : ଦୁଇ ପର୍ଯ୍ୟାୟ ମତାଦନ ଶେଷ ହୋଇଥିବା ମଣିପୁର ବିଧାନସଭା ନିର୍ବାଚନର 6 ଟି ମତଦାନ କେନ୍ଦ୍ରରେ ଆଜି ଅର୍ଥାତ୍ ମାର୍ଚ୍ଚ 8, 2022 ରେ ପୁନଃ ମତଦାନ ହେଉଛି । ଏହି 6 ଟି ମତଦାନ କେନ୍ଦ୍ର ଉଖରୁଲ, କଲହଙ୍ଗ, ପେନ୍, ନଗମଜୁ, ୟାଙ୍ଗଖୁଲେନ୍ ଏବଂ ମାଓ ମରାଫିରେ ଆଉ ଥରେ ମତଦାନ ପ୍ରକ୍ରିୟା ଚାଲିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ରାଜେଶ ଅଗ୍ରୱାଲ କହିଛନ୍ତି ଯେ ମଣିପୁରର ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀର 6 ଟି ମତଦାନ କେନ୍ଦ୍ରରେ ନିର୍ବାଚନ ଆୟୋଗ ସୋମବାର ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମଙ୍ଗଳବାର ସକାଳ 7 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ଏଥିରେ 92 ଜଣ ପ୍ରାର୍ଥୀଙ୍କ ନିର୍ବାଚନ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ସେଥିମଧ୍ୟରୁ 12 ଜଣ ପ୍ରାର୍ଥୀ ବିଜେପିରୁ, 18 ଜଣ କଂଗ୍ରେସରୁ, ନ୍ୟାସନାଲ୍ ପିପୁଲ୍ସ ପାର୍ଟିରୁ 11 ଜଣ ଏବଂ ଜନତା ଦଳ ଓ ପିପୁଲ୍ସ ଫ୍ରଣ୍ଟରୁ 10 ଜଣ ଲେଖାଏଁ ପ୍ରାର୍ଥୀ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଏହି ସମସ୍ତ ବୁଥରେ ମତଦାନ କରାଯାଇଥିଲା ।
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ପୁନଃ ମତଦାନକୁ ବିଚାର କରିବାର ଏକ ମୁଖ୍ୟ କାରଣ ହେଉଛି ମାର୍ଚ୍ଚ 5 ତାରିଖରେ ଦ୍ୱିତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ମତଦାନ ସମୟରେ ଉପଦ୍ରବୀଙ୍କ ଦ୍ୱାରା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ଗୁଡ଼ିକ ନଷ୍ଟ କରିବାର ଲକ୍ଷ୍ୟ ଥିଲା ।
ମାର୍ଚ୍ଚ 5 ତାରିଖ ଦିନ ସେନାପତି ଜିଲ୍ଲାର ନଗମଜୁ ଗାଁରେ ଇଭିଏମ୍ ଛଡ଼ାଇ ନେଉଥିବା ଦୁବୃର୍ତ୍ତଙ୍କ ଉପରେ ସୁରକ୍ଷା କର୍ମୀମାନେ ଗୁଳି ଚଳାଇବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications