ସଲମାନ ଖୁର୍ସିଦ ବିବାଦ ଉପରେ ସୁରଜେୱାଲାଙ୍କ ବୟାନ, କଙ୍ଗନାଙ୍କ ବିବୃତ୍ତିରେ ମୋଦୀ ଜୀଙ୍କୁ ପ୍ରଶ୍ନ ପଚରାଯାଉଛି କି ?
ରଣଦୀପ ସୁରଜେୱାଲା କହିଛନ୍ତି ଯେ ଯେଉଁମାନେ ଖୁର୍ସିଦଙ୍କ ପୁସ୍ତକ ବିଷୟରେ କଂଗ୍ରେସକୁ ପ୍ରଶ୍ନ ପଚାରୁଛନ୍ତି, ସେମାନେ କଙ୍ଗନାଙ୍କ ବିବୃତ୍ତି ବିଷୟରେ ମୋଦୀ ଜିଙ୍କୁ କାହିଁକି ପ୍ରଶ୍ନ କରୁନାହାଁନ୍ତି ?
ନୂଆଦିଲ୍ଲୀ : ବର୍ତ୍ତମାନ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ନେଇ ଦେଶର ରାଜନୀତିରେ ହଙ୍ଗାମା ସୃଷ୍ଟି ହୋଇଛି । ସାରା ଦେଶରେ ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ବିରୋଧ କରାଯାଉଛି । ସୋମବାର ଦିନ ନୈନିତାଲରେ ଥିବା ତାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ପଥର ଫିଙ୍ଗିବା ସହ ନିଆଁ ଲଗାଇ ଦେଇଥିଲେ । ଏହି ଉତ୍ତେଜନା ମଧ୍ୟରେ କଂଗ୍ରେସର କୌଣସି ପ୍ରମୁଖ ନେତା ଏପର୍ଯ୍ୟନ୍ତ ଏହି ସମଗ୍ର ବିବାଦକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି, କିନ୍ତୁ ଦଳର ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲା ଏହି ସମଗ୍ର ବିବାଦର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ଖୁର୍ସିଦଙ୍କ ପୁସ୍ତକ ବିଷୟରେ କଂଗ୍ରେସକୁ ପ୍ରଶ୍ନ ପଚାରୁଛନ୍ତି, ସେମାନେ କଙ୍ଗନାଙ୍କ ବିବୃତ୍ତି ବିଷୟରେ ମୋଦୀ ଜୀଙ୍କୁ କାହିଁକି ପ୍ରଶ୍ନ କରୁନାହାଁନ୍ତି ?

ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ରଣଦୀପ ସୁରଜେୱାଲାଙ୍କୁ ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ନେଇ ବିବାଦ ଉପରେ ଏକ ପ୍ରଶ୍ନ ପଚରାଯାଇଥିଲା । ପ୍ରଶ୍ନ ଥିଲା ଯେ - "ବରିଷ୍ଠ ଦଳର ନେତା ସଲମାନ ଖୁର୍ସିଦଙ୍କ ପୁସ୍ତକ ବିବାଦକୁ ନେଇ କଂଗ୍ରେସର ଆଭିମୁଖ୍ୟ କ'ଣ ? ସଲମାନ ଖୁର୍ସିଦ ହିନ୍ଦୁତ୍ୱକୁ ଆଇଏସଆଇଏସ ସହ ତୁଳନା କରିଛନ୍ତି ।"
ସେ ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି, "କଂଗ୍ରେସ ଦଳ ଜଣେ ବ୍ୟକ୍ତିଙ୍କ ମତ ଉପରେ କୌଣସି ମନ୍ତବ୍ୟ ଦେବ ନାହିଁ । ବିଜେପି ନେତାମାନେ ପ୍ରତିଦିନ କଂଗ୍ରେସ ନେତୃତ୍ୱ ବିରୋଧରେ ଅତ୍ୟଧିକ ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି । ସେମାନେ ଏ ବୟାନର ସମର୍ଥନ କରୁଛନ୍ତି କି ନାହିଁ ସେ ନେଇ ଇଣ୍ଡିଆ ଟୁଡେ କେବେ ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ବିଜେପି ଅଧ୍ୟକ୍ଷ ଜେ.ପି. ନଡଡ୍ଡାଙ୍କୁ ପ୍ରଶ୍ନ କରିଛନ୍ତି କି ? କେହେ କେବେ ପଚାରିଛନ୍ତି କି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ (1947 ସ୍ୱାଧୀନତା ଭିକରେ ମିଳିଥିଲା) ଦେଇଥିବା ମନ୍ତବ୍ୟକୁ ସରକାର ସମର୍ଥନ କରୁଛନ୍ତି କି ନାହିଁ ? ଯେ ପର୍ଯନ୍ତ କଂଗ୍ରେସର କଥା, କଂଗ୍ରେସର ଏକ କାର୍ଯ୍ୟ କମିଟିର ଏକ ସଂକଳ୍ପରେ ଆମେ କହିଥିଲୁ ରାମ ମନ୍ଦିର ନିର୍ମାଣ ପାଇଁ ଛିଡା ହେଇଛୁ ଏବଂ ସମସ୍ତେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପାଳନ କରିବା ଉଚିତ୍ ।"
ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ୍ ନିକଟରେ ତାଙ୍କ ପୁସ୍ତକ 'ସନରାଇଜ୍ ଓଭର ଅଯୋଧ୍ୟା' ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ସଲମାନ ଖୁର୍ସିଦ ହିନ୍ଦୁତ୍ୱଙ୍କୁ ଭୟଭୀତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଏବଂ ବୋକୋ ହରମ ସହିତ ତୁଳନା କରିଛନ୍ତି । ଏହି ପୁସ୍ତକରେ ହିନ୍ଦୁତ୍ୱକୁ ଆଇଏସ୍ଆଇଏସ୍ ଏବଂ ବୋକୋ ହରମ ଭଳି ବିପଜ୍ଜନକ ବୋଲି ବର୍ଣ୍ଣନା କରାଯାଇଛି ।












Click it and Unblock the Notifications