Get Updates
Get notified of breaking news, exclusive insights, and must-see stories!

'ଦ୍ରୌପଦୀ ରାଷ୍ଟ୍ରପତି ହେଲେ ପାଣ୍ଡବ ଏବଂ କୌରବ କିଏ?', ଏପରି ବିବାଦୀୟ ମନ୍ତବ୍ୟ ଦେଲେ ରାମ ଗୋପାଳ ବର୍ମା

"ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ ? ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌରବ କିଏ ?" ଏପରି ଏକ ଟ୍ୱିଟ କରିଛନ୍ତି ହିନ୍ଦୀ ଚଳଚ୍ଚିତତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ।

ନୂଆଦିଲ୍ଲୀ : "ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ ? ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌରବ କିଏ ?" ଏପରି ଏକ ଟ୍ୱିଟ କରିଛନ୍ତି ହିନ୍ଦୀ ଚଳଚ୍ଚିତତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ରାମ ଗୋପାଳ ବର୍ମାଙ୍କ ଏହି ଟ୍ୱିଟକୁ ସୋଶାଲ ମିଡ଼ିଆରେ ଅନେକ ଲୋକ ଆପତ୍ତି କରିଛନ୍ତି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ନେଇ ତେଲେଙ୍ଗାନା ବିଜେପି ନେତା ଗୁଡୁର ନାରାୟଣ ରେଡ୍ଡୀ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସମଗ୍ର ବିଷୟକୁ ନେଇ ବିବାଦ ପରେ ଏବେ ରାମ ଗୋପାଳ ବର୍ମା କ୍ଷମା ମାଗିଛନ୍ତି ଏବଂ ତାଙ୍କ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି ।

Ram gopal Varma

"ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ ? ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌରବ କିଏ ?" ଏହି ଟ୍ୱିଟ୍ ପରେ ସ୍ପଷ୍ଟୀକରଣ ଦେଇ ରାମ ଗୋପାଳ ବର୍ମା ପୁଣି ଏକ ଟ୍ୱିଟ୍ କରିଛନ୍ତି । ଟ୍ୱିଟରେ ସ୍ପଷ୍ଟ କରି ସେ କହିଛନ୍ତି ଯେ ''ଏହି ବିବୃତ୍ତି କେବଳ ଗୁରୁତର ବିଡ଼ମ୍ବନା ଭାବରେ କରାଯାଇଛି । ଏହା ଅନ୍ୟ କାହାକୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ଦ୍ରୌପଦୀ ମହାଭାରତରେ ମୋର ପ୍ରିୟ ଚରିତ୍ର, କିନ୍ତୁ ନାମଟି ଏତେ ବିରଳ ହୋଇଥିବାରୁ ମୁଁ ସଂପୃକ୍ତ ଚରିତ୍ର ଏବଂ ଏହା ସହିତ ଜଡିତ ଜିନିଷଗୁଡିକ ମନେପଡ଼ିଗଲା । କାହାର ଭାବନାକୁ ଆଘାତ କରିବା ପାଇଁ ବିଲକୁଲ୍ ଉଦ୍ଦେଶ୍ୟ ନଥିଲା ।''

ରାମ ଗୋପାଳ ବର୍ମାଙ୍କ ଟ୍ୱିଟର ଜବାବରେ ତେଲେଙ୍ଗାନା ବିଜେପି ନେତା ଗୁଡୁର ନାରାୟଣ ରେଡ୍ଡୀ ଏସସି ଏବଂ ଏସଟି ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ କରି ଆବିଦ ରୋଡ ପୋଲିସ ଷ୍ଟେସନରେ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ANI ସହିତ କଥାବାର୍ତ୍ତା କରି ରେଡ୍ଡୀ କହିଛନ୍ତି, ଏହି ଟ୍ୱିଟ୍ ଏସସି ଏବଂ ଏସଟି ଲୋକଙ୍କୁ ଅପମାନିତ କରିବା ସହିତ ସମାନ । ଏଠାରେ ସେ 'ଦ୍ରୌପଦୀ'କୁ ରାଷ୍ଟ୍ରପତି ବୋଲି କହିଛନ୍ତି । ଯଦି ସେ ଦ୍ରୌପଦୀ, ପାଣ୍ଡବ ଏବଂ କୌରବଙ୍କୁ ପୃଥକ ଭାବରେ ଉଲ୍ଲେଖ କରିଥାନ୍ତେ, ତେବେ ଆମେ ଆପତ୍ତି କରିନଥାନ୍ତୁ । ବିଜେପି କର୍ମୀ ରାମ ଗୋପାଳଙ୍କ ବିବୃତ୍ତି ଆମକୁ ଆଘାତ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+