Rajya Sabha Elections 2022 Live: ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳାଫଳ
ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ। 57 ଟି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ନିର୍ବାଚନ ଆୟୋଗ । ଏଥିମଧ୍ୟରୁ 41 ଜଣ ପ୍ରାର୍ଥୀ ବିନା ନିର୍ବାଚନରେ ବିଜୟୀ ହୋଇଥିବାବେଳେ 16 ଟି ଆସନରେ ହେବ ନିର୍ବାଚନ ।

ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ । 57 ଟି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ନିର୍ବାଚନ ଆୟୋଗ । ଏଥିମଧ୍ୟରୁ 41 ଜଣ ପ୍ରାର୍ଥୀ ବିନା ନିର୍ବାଚନରେ ବିଜୟୀ ହୋଇଥିବାବେଳେ 16 ଟି ଆସନରେ ହେଉଛି ନିର୍ବାଚନ । ଏହାକୁ ନେଇ ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ ଏବଂ ହରିୟାଣାରେ ଦେଖାଦେଇଛି ରୋଚକ ସ୍ଥିତି । ରାଜ୍ୟର ଉଭୟ ଶାସକ ଓ ବିରୋଧୀ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ପ୍ରାର୍ଥୀ ଦେଇଥିବାରୁ ଭୋଟ୍ ହେବ । ଏପରିକି ରାଜ୍ୟମାନଙ୍କରେ ନିର୍ବାଚନରେ ଘୋଡ଼ା ବେପାର ହେବା ଭଳି ସ୍ଥିତି ଉପୁଜିଛି । ପୂର୍ବାହ୍ନ 9 ଟାରୁ ଆରମ୍ଭ ହୋଇଛି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ । ଅପରାହ୍ନ 4 ଟା ଯାଏଁ ହେବ ମତଦାନ । ସନ୍ଧ୍ୟା 5ଟା ରେ ହେବ ଫଳାଫଳ ଘୋଷଣା ।
ଆମେ ଦେବୁ ରାଜ୍ୟସଭା ନିର୍ବାଚନ ସମ୍ପର୍କିତ ଟିକିନିଖି ଅପଡେଟ୍ । ଅଧିକ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ...
READ MORE












Click it and Unblock the Notifications