Get Updates
Get notified of breaking news, exclusive insights, and must-see stories!

ରାଜ୍ୟସଭା ନିର୍ବାଚନ : 16 ଆସନରୁ 9ଟି ହାତେଇଲା ବିଜେପି, ଜାଣନ୍ତୁ କେଉଁ ଆସନରେ କିଏ ହେଲେ ବିଜୟୀ

ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର, କର୍ଣ୍ଣାଟକ ଚାରି ରାଜ୍ୟରେ 16 ଟି ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ଏହି 16 ଟି ଆସନରୁ ଭାରତୀୟ ଜନତା ପାର୍ଟି 9 ଟି ଆସନ ଜିତିଛି । କଂଗ୍ରେସ ଖାତାକୁ ଯାଇଛି 5 ଆସନ ।

ନୂଆଦିଲ୍ଲୀ : ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର, କର୍ଣ୍ଣାଟକ ଚାରି ରାଜ୍ୟରେ 16 ଟି ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ଏହି 16 ଟି ଆସନରୁ ଭାରତୀୟ ଜନତା ପାର୍ଟି 9 ଟି ଆସନ ଜିତିଛି । କଂଗ୍ରେସ ଖାତାକୁ ଯାଇଛି 5 ଆସନ । 16 ଟି ଆସନ ପାଇଁ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ମହାରାଷ୍ଟ୍ରର 6 ଟି, କର୍ଣ୍ଣାଟକର 4 ଟି, ରାଜସ୍ଥାନରେ 4 ଟି ଏବଂ ହରିୟାଣାର 2 ଟି ଆସନ ପାଇଁ ନିର୍ବାଚନ ହୋଇଥିଲା । ରାଜସ୍ଥାନରେ କଂଗ୍ରେସ ତିନୋଟି ରାଜ୍ୟସଭା ଆସନ ପାଇଥିବାବେଳେ ବିଜେପି କେବଳ ଗୋଟିଏ ଜିତିପାରିଛି । ମହାରାଷ୍ଟ୍ରରେ ବିଜେପି 3 ଟି ଆସନ ପାଇଛି । ବିଜେପି ହରିୟାଣାରେ ଦୁଇଟି ରାଜ୍ୟସଭା ଆସନ ଜିତିଛି । କର୍ଣ୍ଣାଟକରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରିଥିବା ତିନୋଟି ଆସନରେ ଜିତିଛି ।

ରାଜ୍ୟସଭା ନିର୍ବାଚନ

ମହାରାଷ୍ଟ୍ରରେ ବିଜେପିର ପୀୟୁଷ ଗୋୟଲ, ଡ଼ ଅନିଲ ବୋଣ୍ଡେ, ବିଜେପିର ଧନଞ୍ଜୟ ମହାଦିକ ଜିତିଛନ୍ତି । କଂଗ୍ରେସର ନେତା ଇମ୍ରାନ ପ୍ରତାପଗରୀ, ଶିବସେନାର ସଞ୍ଜୟ ରାଉତ ଏବଂ ଏନସିପିର ପ୍ରଫୁଲ୍ଲ ପଟେଲ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

ରାଜସ୍ଥାନର 4 ଆସନରୁ କଂଗ୍ରେସର ରଣଦୀପ ସୁରଜେୱାଲା, ମୁକୁଲ ଭସ୍ନି, ପ୍ରମୋଦ ତିୱାରୀ ବିଜୟୀ ହୋଇଛନ୍ତି । ବିଜେପିର ଘନଶ୍ୟାମ ତିୱାରୀ ଗୋଟିଏ ଆସନରୁ ବିଜୟୀ ହୋଇଛନ୍ତି ।

କର୍ଣ୍ଣାଟକର 4 ଆସନରୁ ବିଜେପି ତିନୋଟି ଆସନ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି । ବିଜେପିର ନିର୍ମଳା ସୀତାରମଣ, ଜଗେଶ, ଲହର ସିଂ ସିରୋୟା ଏବଂ କଂଗ୍ରେସର ମସୁର ଅଲି ଖାନ ଜିତିଛନ୍ତି ।

ହରିୟାଣାରେ ବିଜେପିର କୃଷ୍ଣ ଲାଲ ପନୱାର ଜିତିଥିବା ବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+