Get Updates
Get notified of breaking news, exclusive insights, and must-see stories!

‘ରାଜ୍ୟସଭାକୁ ଯିବା ମୋ ପ୍ରମୋସନ୍, ମୁଖ୍ୟମନ୍ତ୍ରୀ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି'

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ଦେବାଶିଷ ସାମନ୍ତରାୟଙ୍କ ନାଁ ଘୋଷଣା ହୋଇଛି । ଏହା ସହ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ମଧ୍ୟ ଘୋଷଣା କରିଛି ଦଳ । ଏହା ପରେ ଆଜି ଦୁଇ ଜଣ ନାମାଙ୍କନ ଦାଖଲ କରିବେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ପ୍ରାର୍ଥୀ ନାମାନଙ୍କ ଭରିବେ । ଏହି ସମୟରେ ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ ।

Debasisha samantray

ଏହି ସମୟରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଦେବାଶିଷଙ୍କ ନାଁ ଘୋଷଣା ହେବା ପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, "ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ବହୁତ ବଡ଼ ସୁଯୋଗ । ଏହା ମୋ ପାଇଁ ପ୍ରମୋସନ୍ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି ।'

ସେ ଆହୁରି କହିଛନ୍ତି, "ଓଡ଼ିଶାରେ ଯାହା ସମସ୍ୟା ରହିଛି ମୁଁ ସଂସଦରେ ଉପସ୍ଥାପନ କରିବି । କଟକ-ବାରବାଟୀରେ ଅନେକ ସମସ୍ୟା ରହିଛି । ତାକୁ ମଧ୍ୟ ସଂସଦରେ ଉପସ୍ଥାପନ କରିବି । କଟକ-ବାରବାଟୀ ଭାଇଉଉଣୀଙ୍କ ପାଇଁ ମୁଁ ରାଜ୍ୟସଭା ଯିବି । ପୌର ନିର୍ବାଚନରେ ସେମାନେ ସେହି ବିଶ୍ୱାସ ମୋତେ ଦେଇପାରିଥିଲେ । 28 ଟି କର୍ପୋରେଟର ବାରବାଟୀରୁ ଜିତିଥିଲେ ଓ ମେୟର ମଧ୍ୟ 30 ହଜାରରୁ ଅଧିକ ଭୋଟରେ ଜିତିଥିଲେ । ସେମାନଙ୍କର ସେହି ବିଶ୍ୱାସ ପାଇଁ ମୁଁ ଆଜି ରାଜ୍ୟସଭାକୁ ଯାଇପାରିଛି । ମୁଁ କଟକବାସୀ ପାଇଁ ଲଢ଼ିପାରିବି ବୋଲି ସେମାନଙ୍କର ମୋ ଉପରେ ବିଶ୍ୱାସ ରହିଛି ।"

କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ସରପ୍ରାଇଜ ଦେବେ କି ପ୍ରଶ୍ନରେ ଦେବାଶିଷ କହିଛନ୍ତି, କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଘୋଷଣା ବେଳେ ନବୀନ ବାବୁ ସରପ୍ରାଇଜ ଦେବେ । ଏଥିରେ କିଛି କହିବାର ନାହିଁ । ଏଥିପାଇଁ ଅପେକ୍ଷା କରନ୍ତୁ । କଟକ-ବାରବାଟୀ ବିଜୁବାବୁଙ୍କ ଜନ୍ମମାଟି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନିଅନ୍ତି, ଭାବିଚିନ୍ତି ନିଅନ୍ତି ।

କଟକ-ବାରବାଟୀରେ ଯିଏ ନିର୍ବାଚନ ଲଢ଼ିବ, ମୁଁ ତା' ପାଇଁ ପ୍ରଚାର କରିବି । ଏପରିକିକି ଜଗତସିଂହପୁରରେ ଯାଇ ମଧ୍ୟ ପ୍ରଚାର କରିବି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରିବି । ନିର୍ବାଚନରେ ଏଥର ବଜେଡି ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+