ରାଜ୍ୟସଭା ନିର୍ବାଚନ: ରିପିଟ୍ ହେଲେ ଅଶ୍ୱିନୀ ବୈଷ୍ଣବ, ବିଜେପିରୁ ଯିବେ ରାଜ୍ୟସଭା
ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ ଖାଲି ହେଉଥିବା 3 ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀକୁ ନେଇ ଥିବା ସସପେନ୍ସ ଉପରୁ ପରଦା ହଟିଛି । ପୁଣି ରିପିଟ୍ ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ । ବିଜେପି ନିଜର ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ଓଡ଼ିଶାରୁ ପୁଣି ଅଶ୍ୱିନୀ ବୈଷ୍ଣବଙ୍କୁ ଟିକେଟ୍ ମିଳିଛି ।
ବିଜେପିର କେନ୍ଦ୍ରୀୟ କମିଟି ପକ୍ଷରୁ ଅଶ୍ୱିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପରେ ତୃତୀୟ ପ୍ରାର୍ଥୀକୁ ନେଇ ଲାଗି ରହିଥିବା ସମସ୍ତ ଚର୍ଚ୍ଚାର ଅନ୍ତ ହୋଇଛି ।

ଏହି ଘୋଷଣା ପରେ ଏଥର ପୁଣି ବିଜେଡ଼ି ବଳରେ ରାଜ୍ୟସଭାକୁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ଯିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । ପୂର୍ବରୁ ମଧ୍ୟ ଅଶ୍ୱିନୀ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । 2019 ରେ ବିଜେପିରୁ ପାର୍ଥୀ ହୋଇଥିବା ଅଶ୍ୱିନୀ ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ଯାଇପାରିଥିଲେ । ଏଥର ମଧ୍ୟ ସମାନ ପାଠର ପୁରନରାବୃତ୍ତି ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି ।
ରାଜ୍ୟସଭାକୁ ବିଜେଡି ଏହାର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିବା ସହ ସେମାନେ ଗତକାଲି ନାମାଙ୍କନ ଦାଖଲ କରିସାରିଛନ୍ତି । ଏହା ପରେ ତୃତୀୟ ଚେହେରା କିଏ ହେବେ ସେ ନେଇ ରାଜନୈତିକ ମହଲରେ ଆଲୋଡ଼ନ ଦେଖାଦେଇଥିଲା । ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରି ଏହି ସମସ୍ତ ଚର୍ଚ୍ଚାର ଅବସାନ ଘଟାଇଛି ।












Click it and Unblock the Notifications