Get Updates
Get notified of breaking news, exclusive insights, and must-see stories!

ରାଜ୍ୟସଭା ନିର୍ବାଚନ: ବିଜେପିରୁ ପ୍ରାର୍ଥୀ ହେଲେ ଅଶ୍ୱିନୀ, ସମର୍ଥନ ଦେବ ବିଜେଡ଼ି

ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ ଖାଲି ହେଉଥିବା 3 ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ଘୋଷଣା କରିଛି ବିଜେପି । ଏହା ପରେ ତୃତୀୟ ପ୍ରାର୍ଥୀ ନେଇ ଲାଗି ରହିଥିବା ଚର୍ଚ୍ଚାର ଅବସାନ ଘଟିଛି ।

ashwini vaishnaw

ଏହା ପରେ ଅଶ୍ୱିନୀ ବିଜେଡ଼ି ବଳରେ ରାଜ୍ୟସଭାକୁ ଯିବା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଛି । ଏପରିକି ବିଜେଡ଼ି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ଯିବାକୁ ସମର୍ଥନ ଦେବ ବୋଲି ମଧ୍ୟ ଘୋଷଣା କରିଛି । ଏକ ପ୍ରେସ୍ ରିଲିଜ ଜାରି କରି ବିଜେଡ଼ି ଏହା ସ୍ପଷ୍ଟ କରିଛି । ରେଲୱେ ଓ ଟେଲିକମ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଘୋଷଣା କରିଛି ବିଜେଡି ।

ଏହି ଘୋଷଣା ପରେ ଏଥର ପୁଣି ବିଜେଡ଼ି ବଳରେ ରାଜ୍ୟସଭାକୁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ଯିବା ନେଇ ସ୍ପଷ୍ଟ ହୋଇଛି । ପୂର୍ବରୁ ମଧ୍ୟ ଅଶ୍ୱିନୀ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । 2019 ରେ ବିଜେପିରୁ ପାର୍ଥୀ ହୋଇଥିବା ଅଶ୍ୱିନୀ ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ଯାଇପାରିଥିଲେ । ଏଥର ମଧ୍ୟ ସମାନ ପାଠର ପୁରନରାବୃତ୍ତି ହେଉଛି ।

ରାଜ୍ୟସଭାକୁ ବିଜେଡି ଏହାର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିବା ସହ ସେମାନେ ଗତକାଲି ନାମାଙ୍କନ ଦାଖଲ କରିସାରିଛନ୍ତି । ଏହା ପରେ ତୃତୀୟ ଚେହେରା କିଏ ହେବେ ସେ ନେଇ ରାଜନୈତିକ ମହଲରେ ଆଲୋଡ଼ନ ଦେଖାଦେଇଥିଲା । ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରି ଏହି ସମସ୍ତ ଚର୍ଚ୍ଚାର ଅବସାନ ଘଟାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+