Get Updates
Get notified of breaking news, exclusive insights, and must-see stories!

ଆଜି ହେବ ରାଜ୍ୟସଭା ନିର୍ବାଚନ, 15 ଆସନରେ ରହିଛି ରୋମାଞ୍ଚକ ସ୍ଥିତି

ରାଜ୍ୟସଭା ନିର୍ବାଚନ: ଆଜି ହେବ ରାଜ୍ୟସବା ନିର୍ବାଚନ । ମୋଟ୍ 56 ଆସନ ମଧ୍ୟରୁ 41 ଆସନରେ ପ୍ରାର୍ଥୀମାନେ ନିର୍ବିରୋଧ ନିର୍ବାଚିତ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ କଂଗ୍ରେସର ସୋନିଆ ଗାନ୍ଧୀ ଏବଂ ବିଜେପିର ଜେପି ନଡ୍ଡା ବିନା ବିରୋଧରେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି । ଏବେ ଅବଶିଷ୍ଟ 15 ଆସନ ପାଇଁ ଆଜି ମତଦାନ କରାଯିବ ।

Rajya Sabha Election 2024

ମତଦାନ ହେବାକୁ ଥିବା ଅବଶିଷ୍ଟ 15 ଆସନ ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଏବଂ କର୍ଣ୍ଣାଟକରେ ରହିଛି । ଏହି ତିନି ରାଜ୍ୟରେ ଏବେ ରୋମାଞ୍ଚକର ସ୍ଥିତି ଉପୁଜିଛି । ଉତ୍ତରପ୍ରଦେଶରେ 10 ରାଜ୍ୟସଭା ଆସନକୁ ନେଇ ସ୍ଥିତି ସର୍ବାଧିକ ରୋଚକ ରହିଛି । ବିଜେପି ଏଠାରେ ଅଷ୍ଟମ ପ୍ରାର୍ଥୀ ଦେଇ ବିରୋଧୀଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି । ବିଜେପିର ରାଜନୈତିକ ରଣନୀତି ନେଇ ରାଜ୍ୟରେ ମୁହାଁମୁହିଁ ଅବସ୍ଥା ଦେଖାଦେଇଛି ।

ଉତ୍ତରପ୍ରଦେଶର 10 ରାଜ୍ୟସଭା ଆସନ ପାଇଁ 11 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଅପରପକ୍ଷରେ ସମାଜବାଦୀ ପାର୍ଟିର 3 ପ୍ରାର୍ଥୀ ଜୟାବଚ୍ଚନ, ପୂର୍ବ ସାଂସଦ ରାମଜିଲାଲ ସୁମନ ଏବଂ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଆଲୋକ ରଞ୍ଜନ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ଏପରିସ୍ଥଳେ ବିଜେପି 7 ବଦଳରେ 8 ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରାଇ ସ୍ଥିତିକୁ ରୋମାଞ୍ଚକର କରିଛି । ଯଦି ବିଜେପି ଅଷ୍ଟମ ପ୍ରାର୍ଥୀଙ୍କୁ ଛିଡ଼ା କରାଇ ନଥାନ୍ତା ତେବେ ରାଜ୍ୟରେ ନିର୍ବିରୋଧ ନିର୍ବାଚନ ହୋଇଥାନ୍ତା ।

ସେହିପରି ହିମାଚଳପ୍ରଦେଶରେ ଗୋଟିଏ ରାଜ୍ୟସଭା ଆସନ ଲାଗି ବିଜେପି ପାଖରେ ବିଜୟ ହେବା ପାଇଁ ପ୍ରର୍ଯ୍ୟାପ୍ତ ବିଧାୟକ ନ ଥିଲେ ମଧ୍ୟ ଦଳ ପକ୍ଷରୁ କଂଗ୍ରେସର ଅଭିଷେକ ମନୁ ସିଙ୍ଗଭୀଙ୍କ ବିରୋଧରେ ହର୍ଷ ମହାଜନଙ୍କୁ ପ୍ରାର୍ଥୀ କରାଯାଇଛି ।

ଅପରପକ୍ଷରେ କର୍ଣ୍ଣାଟକରେ 4 ରାଜ୍ୟସଭା ଆସନ ପାଇଁ 5 ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ରାଜ୍ୟରେ କଂଗ୍ରେସ 4 ଜଣ ପ୍ରାର୍ଥୀ ଦେଇଥିବାବେଳେ ବିଜେପି ଜଣେ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି । ଫଳରେ ବିଜେପିର ରଣନୀତି ନେଇ ସ୍ଥିତି ରୋଚକ ହୋଇଛି ।

ନିର୍ବିରୋଧରେ ବିଜୟୀ ହୋଇଥିବା 41 ଆସନରୁ ବିଜେପି ସର୍ବାଧିକ ବିଜେପି 20ଟି ଆସନ ପାଇଛି । ଯେଉଁଠାରେ କଂଗ୍ରେସ 6 ଟି ଆସନ ପାଇଛି । ୱାଇଏସଆର କଂଗ୍ରେସ ତିନୋଟି ଆସନ ପାଇଛି । ଆରଜେଡି ଏବଂ ବିଜେଡି ଦୁଇଟି ଆସନରେ ବିଜୟ ହାସଲ କରିଛି । ଏନସିପି, ଶିବସେନା, ବିଆରଏସ ଏବଂ ଜେଡି (ୟୁ) ପ୍ରତ୍ୟେକ ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+