ଜୁନ୍ 13 ରେ ରାଜ୍ୟସଭା ଉପ ନିର୍ବାଚନ, ଓଡ଼ିଶାରୁ 4 ଆସନ ଖାଲି
ନୂଆଦିଲ୍ଲୀ : ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ 13 ରେ ଉପନିର୍ବାଚନ କରିବା ନେଇ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । କଟକ ମେୟର ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ ।

ଉପ ନିର୍ବାଚନ ନେଇ ମେ 26ରେ ବିଜ୍ଞପ୍ତି ପ୍ରକାଶ ପାଇବ । 2 ତାରିଖ ସୁଦ୍ଧା ନାମାଙ୍କନ ଦାଖଲର ଶେଷଦିନ ଧାର୍ଯ୍ୟ ହୋଇଛି । ଜୁନ୍ 3ରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଜୁନ୍ 6 ରେ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ନେଇ ଶେଷ ତାରିଖ ରହିବ । 13 ତାରିଖ ସକାଳ 9 ରୁ ଅପରାହ୍ନ 4 ଟା ଯାଏଁ ଭୋଟ ଗ୍ରହଣ ହେବ । ଅପରାହ୍ନ 5 ଟାରେ ହେବ ଗଣତି । 17 ଜୁନ୍ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ନବ ନିର୍ବାଚିତ କଟକ ମେୟର ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡିଥିଲା ଆସନ । 21 ଏପ୍ରିଲରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁବାସ ସିଂହ । 2 ଅପ୍ରେଲ 2026 ପର୍ଯ୍ୟନ୍ତ ସୁବାସ ସିଂହଙ୍କ କାର୍ଯ୍ୟକାଳ ଥିଲା । ତାଙ୍କ ଇସ୍ତଫା ପରେ ଓଡ଼ିଶାରୁ 4ଟି ରାଜ୍ୟସଭା ଆସନ ଖାଲି ହୋଇଛି । ଗତକାଲି 3ଟି ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । 3ଟି ଆସନ ପାଇଁ ଜୁନ୍ 10 ରେ ହେବ ନିର୍ବାଚନ ।