Get Updates
Get notified of breaking news, exclusive insights, and must-see stories!

ନବରଙ୍ଗପୁରରେ ରାଜନାଥ, ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ନବରଙ୍ଗପୁରରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବାୟୁସେନା ସ୍ୱତନ୍ତ୍ର ବିମାନରେ ନବରଙ୍ଗପୁରରେ ପହଞ୍ଚିବା ପରେ ଦଳୀୟ ନେତା ତାଙ୍କୁ ସ୍ୱାଗତ କରିଥିଲେ । ପରେ ବିଜେପିର କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ରାଜନାଥ । ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ଜନସଭାରେ କର୍ମୀଙ୍କୁ 2024 ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ଦରକାର ବୋଲି କହିଛନ୍ତି ରାଜନାଥ । ଏହା ସହ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । ବିଜେପି ଗତ ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି । କଂଗ୍ରେସ କେବଳ ଧୋକା ଦେବା ଜାଣିଛି ବୋଲି ରାଜନାଥ କହିଛନ୍ତି ।

Rajnath Singh

ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ବିଜେପି ଏକମାତ୍ର ପାର୍ଟି ଯିଏ ଯାହା କହେ, ସେୟା କରେ । ଯାହା ଘୋଷଣାପତ୍ରରେ କହିଥିଲୁ, ସବୁ ପୂରଣ କରିଛୁ । ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଏଠାରେ ବି ଡବଲ ଇଞ୍ଜିନ ସରକାର ହେବା ଦରକାର । ମୋଦୀଙ୍କ ସନ୍ଦେଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ମୋଦୀ ଦେଉଥିବା ସମସ୍ତ ସୁବିଧା ସବୁ ଲାଭାର୍ଥୀଙ୍କୁ ମିଳିବା ଦରକାର । ବିଶ୍ୱସନୀୟତା ସଂକଟକୁ ଚାଲେଂଜ ଭାବେ ନେଇଛନ୍ତି ପ୍ରଧାନମନ୍ତ୍ରୀ ।
ଏହା ସହ ରାଜନାଥ ସିଂହ କହିଛନ୍ତି, ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି । ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ । ଓଡ଼ିଶାରେ 30 ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । କଂଗ୍ରେସ ସରକାରରେ 17 ବର୍ଷରେ 18 ହଜାର କିମି ରାସ୍ତା ହୋଇଥିଲା । ଗତ 10 ବର୍ଷରେ ମୋଦୀ ସରକାର 30 ହଜାର କିମି ରାସ୍ତା କରିଛନ୍ତି ।

କଂଗ୍ରେସ ଉପରେ ବର୍ଷିବା ସହ ରାଜନାଥ କହିଛନ୍ତି, ଲମ୍ବା ସମୟ ପର୍ଯ୍ୟନ୍ତ ଦେଶବାସୀଙ୍କୁ ଧୋକା ଦେଇଛି କଂଗ୍ରେସ । ବିଶେଷକରି ଗରିବ ଲୋକଙ୍କୁ ଧୋକା ଦେଇଛି କଂଗ୍ରେସ । ମୋଦୀ ଆସିବା ପରେ 25 କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । 11 କୋଟି ଲୋକଙ୍କ ପାଇଁ ଶୌଚାଳୟ, 4 କୋଟିଙ୍କୁ ପକ୍କା ଘର ମିଳିଛି ।

ଏହା ସହ ନବରଙ୍ଗପୁର ସଭାରେ ରାଜନାଥ ସିଂ କହିଛନ୍ତି, କହିଥିଲୁ 370 ଧାରା ଉଠାଇବୁ, ଜାମ୍ମୁ କାଶ୍ମୀରରୁ 370 ଉଠାଇଲୁ । ତିନ୍‌ ତଲାକ୍‌ ଉଠାଇବୁ କହିଥିଲୁ, ଆମେ ଆମ କଥା ରକ୍ଷା କଲୁ । ଆମେ ରାଜନୀତି କରୁଛୁ, କେବଳ ଦେଶ ଗଠନ ପାଇଁ ।

ଏହା ସହ ଦଳର କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇ କହିଛନ୍ତି, ଦଳ ପାଇଁ 12 ଘଣ୍ଟା, ପରିବାର ପାଇଁ 12 ଘଣ୍ଟା ଦିଅନ୍ତୁ । ଯେଉଁ କାମ ପୂରଣ ହୋଇନି, ମୋଦୀଙ୍କ ତୃତୀୟ ପାଳିରେ ନିଶ୍ଚିତ ହେବ । ରାଜନୈତିକ ବିଶ୍ଳେଷକ କହିଲେଣି ଏଠି ବି ଆମ ସରକାର ହେବ । କେନ୍ଦ୍ରରେ ତ ଆମ ସରକାର ହେବ, ଏଠି ବି ଆମ ସରକାର ହେବ । କୌଣସି କ୍ଷେତ୍ରରେ ବି କାର୍ଯ୍ୟକର୍ତ୍ତା ପଛଘୁଞ୍ଚା ଦିଅନ୍ତୁ ନାହିଁ ।

ନବରଙ୍ଗପୁରରୁ ପୁଣି ଜଗଦଲପୁର ବିମାନବନ୍ଦରକୁ ଫେରିବେ । ସେଠାରୁ ହେଲିକପ୍ଟରରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ରାଜନାଥ । ରଙ୍ଗେଇଲୁଣ୍ଡାରୁ ବ୍ରହ୍ମପୁରକୁ ଯାଇ ବିଜେପି ସମ୍ମିଳନୀରେ ଯୋଗ ଦେବେ । ବ୍ରହ୍ମପୁର ସଭା ସାରି ମୟୂରଭଞ୍ଜର ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ । ସେଠାରୁ ବାରିପଦା ଷ୍ଟାଡିୟମ ଅଭିମୁଖେ ବାହାରିବେ । ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସେ ସମ୍ବୋଧିତ କରିବେ । ବିଜେପି କାର୍ଯକର୍ତ୍ତାଙ୍କୁ ମଧ୍ୟ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ଏହାପରେ ସେ ମୟୂରଭଞ୍ଜରୁ ଦିଲ୍ଲୀକୁ ଫେରିଯିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+