Get Updates
Get notified of breaking news, exclusive insights, and must-see stories!

‘ଓଡ଼ିଶାରେ ଡବଲ ଇଞ୍ଜିନ ସରକାରଙ୍କୁ କେହି ରୋକିପାରିବେନି', ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ରାଜନାଥଙ୍କ ଦାବି

ବ୍ରହ୍ମପୁର: ଲୋକସଭା 2024 ପୂର୍ବରୁ ଓଡ଼ିଶା ଉପରେ ଫୋକସ୍ କରୁଛି ବିଜେପି । ଦଳର ବଡ଼ ବଡ଼ ନେତା ଓଡ଼ିଶା ଗସ୍ତ କରି କର୍ମୀଙ୍କୁ ଉତ୍ସାହିତ କରିବା ସହ ରାଜ୍ୟରେ ବିଜେପି ସରକାର ଗଢିବା ଲକ୍ଷ୍ୟ ରଖିଛନ୍ତି । ଏହି କ୍ରମରେ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Rajnath SIngh - Narendra Modi

ବ୍ରହ୍ମପୁରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବ୍ରହ୍ମପୁରର ଆମ୍ବପୁଆଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାଜନାଥ । ରାଜ୍ୟରେ ବିଜେପି ସରକାର ହେବା ଓ ଡବଲ ଇଞ୍ଜିନ ସରକାର ଦରକାର ବୋଲି କହିଛନ୍ତି ରାଜନାଥ । ଏହା ସହ ପ୍ରଧାନମନ୍ତ୍ରୀ ଏଥର 400 ରୁ ଅଧିକ ସିଟ୍‍ ଆସିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମର ଦାୟିତ୍ୱ ଏବଂ ଏହାକୁ ପୂରଣ କରିବାରେ କେହି ଅଟକାଇ ପାରିବେନି ।

ଏହି ଅବସରରେ ରାଜନାଥ ସିଂହ କହିଛନ୍ତି, 2014 ଓ 2019 ଠାରୁ ଏଥର କର୍ମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି । ଏହି ଉତ୍ସାବ ରାଜ୍ୟରେ ଜବଲ ଇଞ୍ଜିନ ସରକାର ହେବାରେ କେହି ରୋକି ପାରିବେନି । ମୋଦୀଙ୍କ ଫୋକସରେ ଓଡ଼ିଶା ରହିଛି । ୟୁପିଏ ସରକାର 10 ବର୍ଷରେ ଓଡ଼ିଶାକୁ 3 ଲକ୍ଷ କୋଟି ଦେଇଥିବା ବେଳେ 9 ବର୍ଷରେ ମୋଦୀ ଓଡ଼ିଶାକୁ 18 ଲକ୍ଷ କୋଟି ଦେଇଛନ୍ତି ।

ଏହା ସହ କଂଗ୍ରେସ ଉପରେ ବର୍ଷିବା ବେଳେ ରାଜନାଥ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ । ଓଡ଼ିଶା ସହ ସର୍ବଦା ସଉତୁଣି ଭଳି ବ୍ୟବହାର କରିଛି ୟୁପିଏ । ଓଡ଼ିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି । କଂଗ୍ରେସ ସମୟରେ ବଡ଼ ବଡ଼ ପ୍ରକଳ୍ପ କେବଳ ଶିଳାନ୍ୟାସ ହେଉଥିଲା, ହେଲେ କେବେ ଉଦ୍‌ଘାଟନ ହେଉନଥିଲା ।

ଏହା ସହ ରାଜନାଥ ପୁଲୱାମା ଘଟଣା ଉପରେ ମଧ୍ୟ ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ପୁଲୱାମା ଘଟଣା ପରେ ଆମେ ସୀମା ଡେଇଁ ଜବାବ ଦେଇଥିଲୁ । ଆମେ କେବଳ ସୀମା ଏପଟେ ନୁହେଁ, ସୀମା ସେପଟେ ବି ଜବାବ ଦେବୁ । ଏପରିକି ଅର୍ଥନୀତି ବିଷୟରେ ରାଜନାଥ କହିଛନ୍ତି, 9 ବର୍ଷ ଭିତରେ 11 ସ୍ଥାନରୁ 5 ସ୍ଥାନକୁ ଅର୍ଥନୀତିକୁ ନେଇପାରିଛୁ । ଆଗାମୀ 3 ବର୍ଷ ଭିତରେ ଆମେ ତୃତୀୟ ବଡ଼ ଅର୍ଥନୀତି ହେବୁ । ଦେଶ ଆମ ପାଇଁ ପ୍ରାଥମିକତା, ରାଜନୀତି ନୁହେଁ । ଦେଶ ଗଠନ ପାଇଁ ଆମେ ରାଜନୀତି କରୁଛୁ । ଆମ ସରକାର ଡରିକି ନୁହେଁ, ସାହସର ସହ କାମ କରେ । ଭ୍ରଷ୍ଟାଚାର ଦୂର କରିବାକୁ ସାହସ ଓ ଭିଜନ ଦରକାର । ଆମ ପ୍ରଧାନମନ୍ତ୍ରୀଙ୍କ ପାଖରେ ସାହସ ଅଛି, ଭିଜନ ବି ଅଛି । ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିହାତି ଦରକାର ।ମୋର ବିଶ୍ୱାସ, ଏଠାରେ ଡବଲ ଇଞ୍ଜିନ ସରକାର ନିଶ୍ଚିତ ହେବ ।

ଏହା ସହ ରାଜନାଥ ରାଜ୍ୟରେ ବିଜେପି ସରକାର ଗଠନ ନେଇ ମଧ୍ୟ ଜୋର୍ ଦେଇଛନ୍ତି । କେବଳ ଲୋକସଭା ନୁହେଁ, ବିଧାନସଭାରେ ବି ଆମକୁ ସଫଳତା ମିଳିବ । ବିଧାନସଭାରେ ଆମେ ସଫଳ ହେବୁ, ଏଠାରେ ସରକାର କରିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜନାଥ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+