ଦଳ ଭାଙ୍ଗିଲେ ସୁପରଷ୍ଟାର ରଜନୀକାନ୍ତ, ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି କଲେ ଘୋଷଣା
ସୁପରଷ୍ଟାର ଅଭିନେତା ରଜନୀକାନ୍ତ ସୋମବାର ତାଙ୍କ ପାର୍ଟୀ 'ରଜନୀ ମକ୍କଲ ମନ୍ଦ୍ରମ'କୁ ବନ୍ଦ କରିଛନ୍ତି । ଏହା ସହ ରଜନୀକାନ୍ତ କହିଛନ୍ତି ଯେ ସେ ରାଜନୀତିରେ ପ୍ରବେଶ କରିବେ ନାହିଁ ।
ଚେନ୍ନାଇ : ସୁପରଷ୍ଟାର ଅଭିନେତା ରଜନୀକାନ୍ତ ସୋମବାର ତାଙ୍କ ପାର୍ଟୀ 'ରଜନୀ ମକ୍କଲ ମନ୍ଦ୍ରମ'କୁ ବନ୍ଦ କରିଛନ୍ତି । ଏହା ସହ ରଜନୀକାନ୍ତ କହିଛନ୍ତି ଯେ ସେ ରାଜନୀତିରେ ପ୍ରବେଶ କରିବେ ନାହିଁ । 'ରଜନୀ ମନ୍ଦ୍ରମ' ପାର୍ଟିକୁ ଭାଙ୍ଗି ରଜନୀକାନ୍ତ କହିଛନ୍ତି ଯେ ଭବିଷ୍ୟତରେ ରାଜନୀତିରେ ଯୋଗଦେବା ପାଇଁ ମୋର କୌଣସି ଯୋଜନା ନାହିଁ । ମୁଁ ରାଜନୀତିରେ ପାଦ ଦେବି ନାହିଁ । ରଜନୀକାନ୍ତ 'ରଜନୀ ମକ୍କଲ ମନ୍ଦ୍ରମ' ପାର୍ଟିର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ରଜନୀକାନ୍ତ ତାଙ୍କ ପ୍ରଶଂସକଙ୍କ ସହ ବୈଠକ ମଧ୍ୟ କରିଛନ୍ତି ।

ରଜନୀକାନ୍ତ 29 ଡିସେମ୍ବର 2020 ରେ ଘୋଷଣା କରିଥିଲେ ଯେ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିବେ । ତେବେ ପୁନର୍ବାର ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କହିଛନ୍ତି ଯେ ସେ ରାଜନୈତିକ ଦଳ ଆରମ୍ଭ କରୁ ନ ଥିବାରୁ ଦୁଃଖିତ ।
ରଜନୀକାନ୍ତ 2020 ମସିହାରେ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଚିଠି ଜାରି କରିଥିଲେ । ଯେଉଁଥିରେ ରଜନୀକାନ୍ତ ଲେଖିଥିଲେ, ମୁଁ ମୋର ରାଜନୈତିକ ଇନିଂସ ଆରମ୍ଭ କରିବି ନାହିଁ ବୋଲି ସୂଚନା ଦେଇ ମୁଁ ବହୁତ ଦୁଃଖିତ । ମୁଁ ଏହି ନିଷ୍ପତ୍ତି ନେଇଛି । କିନ୍ତୁ ଏହି ସମୟରେ ମୋର ପ୍ରାଥମିକତା ହେଉଛି ସ୍ୱାସ୍ଥ୍ୟ ।
ଆମେରିକାରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ରଜନୀକାନ୍ତ ଚେନ୍ନାଇକୁ ଫେରିଛନ୍ତି । ରଜନୀକାନ୍ତ ଗତ ଶୁକ୍ରବାର ସକାଳେ ଆମେରିକାରୁ ଫେରିଥିଲେ।
-
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ












Click it and Unblock the Notifications