ରାଜସ୍ଥାନ କଂଗ୍ରେସ କନ୍ଦଳ : ତେଜିଲା ପୋଷ୍ଟର ରାଜନୀତି, ପାଇଲଟଙ୍କ ସମର୍ଥନରେ ଲାଗିଲା ପୋଷ୍ଟର
ଯୋଧପୁରରେ ସଚିନ ପାଇଲଟଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । ଏହି ପୋଷ୍ଟର ମାଧ୍ୟମରେ ପାଇଲଟଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରାଯାଉଛି ।
ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କଂଗ୍ରେସର ପରବର୍ତ୍ତା ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ବୋଲି ଜଣାପଡ଼ୁଛି । କଂଗ୍ରେସ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରି ଦଳ ପ୍ରତି ଲୋକଙ୍କ ମନୋଭାବ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଥିବା ବେଳେ ରାଜସ୍ଥାନ କଂଗ୍ରେସ କନ୍ଦଳ ପଦାରେ ପଡ଼ିଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଶୋକ ଗେହଲଟ୍ ଏବଂ ସଚିନ୍ ପାଇଲଟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି ।

ଏଭଳି ପରିସ୍ଥିତିରେ ଯଦି ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତି, ତେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ସଚିନ ପାଇଲଟ ସମର୍ଥକମାନେ ଚାହୁଁଛନ୍ତି ଯେ ଅଶୋକ ଗେହଲଟଙ୍କ ପରେ ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । କିନ୍ତୁ ଗେହଲଟ୍ ସମର୍ଥକମାନେ ଏହା ଚାହାଁନ୍ତି ନାହିଁ । ଏଥି ସହିତ କଂଗ୍ରେସର ବରିଷ୍ଠ ନେତାଙ୍କ ଆଲୋଚନା ଚାଲିଛି ଯାହା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ ହୋଇପାରିବ, କିନ୍ତୁ ସହମତି ହୋଇପାରି ନାହିଁ । ସେପଟେ ରାଜ୍ୟରୁ ଆଉ ଏକ ବଡ ଖବର ଆସିଛି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକମାନେ ତାଙ୍କ ଉତ୍ତରାଧିକାରୀ ଘୋଷଣାକୁ ଅକ୍ଟୋବର 19 ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ସୋମବାର ଏ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକେନ୍ କହିଛନ୍ତି ଯେ ଦଳର ହିତ ପ୍ରତି ବାଧା ଦେଖାଦେଇଛି । ଏଭଳି ପରିସ୍ଥିତିରେ ଅକ୍ଟୋବର 19 ପର୍ଯ୍ୟନ୍ତ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲଗାଇବା ଉଚିତ ନୁହେଁ । ସେ କହିଛନ୍ତି ଯେ ଆମେ ବିଭିନ୍ନ ବିଧାୟକଙ୍କ ସହ କଥାବାର୍ତ୍ତା ପ୍ରକ୍ରିୟା ଅନୁସରଣ କରିବାକୁ ଚାହୁଁଛୁ । ଯାହାଫଳରେ ଆମେ ଜାଣିପାରିବା ବିଧାୟକମାନେ କଣ ଚାହୁଁଛନ୍ତି ? ସେ କହିଛନ୍ତି ଯେ ମୁଁ କଂଗ୍ରେସ ବିଧାନସଭା ଦଳ (ସିଏଲପି) ର ବୈଠକ ପାଇଁ ଏଠାକୁ ଆସିଛି । ଯାହା ଦ୍ୱାରା ଏହା ଜଣାପଡିବ ଯେ ବିଧାୟକ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କାହାକୁ କରିବାକୁ ଚାହୁଁଛନ୍ତି ? କିନ୍ତୁ ବିଧାୟକ ଦଳ ବୈଠକ ପାଇଁ କେହି ଆସି ନାହାଁନ୍ତି, ଯାହା ଅତ୍ୟନ୍ତ ଖରାପ ଅଟେ ।
ଅପରପକ୍ଷରେ ଯୋଧପୁରରେ ସଚିନ ପାଇଲଟଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । ଏହି ପୋଷ୍ଟର ମାଧ୍ୟମରେ ପାଇଲଟଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରାଯାଉଛି । ପୋଷ୍ଟରରେ ଏହା ଲେଖାଯାଇଛି ଯେ ସତ୍ୟମେବ ଜୟତେ ..... ନୂତନ ଯୁଗ ପାଇଁ ପ୍ରସ୍ତୁତି ! ଏହି ପୋଷ୍ଟରଗୁଡିକ ଯୋଧପୁରର ପ୍ରମୁଖ ସ୍ଥାନରେ ଲଗାଯାଇଛି । ତେବେ ଏହି ପୋଷ୍ଟରକୁ ନେଇ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଆସିନାହିଁ ।
ମାକେନ୍ଙ୍କ ଅନୁଯାୟୀ, ରବିବାର ଦିନ ଗେହଲ ଗୋଷ୍ଠୀର ବିଧାୟକମାନେ ସୂଚାଇ ଦେଇଛନ୍ତି ଯେ 2020 ରେ ଗେହଲଟଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ପ୍ରାର୍ଥୀ ଗ୍ରହଣୀୟ ନୁହେଁ । ଏଭଳି ପରିସ୍ଥିତିରେ ରାଜସ୍ଥାନରେ କଂଗ୍ରେସ ପାଇଁ ବିପଜ୍ଜନକ ହେବ ।












Click it and Unblock the Notifications