Get Updates
Get notified of breaking news, exclusive insights, and must-see stories!

ଭୋଟ୍ ଦେଉଛି ରାଜସ୍ଥାନ: 199 ଆସନରେ 1862 ପ୍ରାର୍ଥୀଙ୍କ ଭାଗ୍ୟ ହେବ ସିଲ୍

ଜୟପୁର: ରାଜସ୍ଥାନ ବିଧାନସଭା ପାଇଁ ଆଜି ହେଉଛି ମତଦାନ । 200 ଆସନ ବିଶିଷ୍ଟ ବିଧାନସଭାରେ ଆଜି 199 ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ଶ୍ରୀଗଙ୍ଗାନଗରର କରନପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନରଙ୍କ ମୃତ୍ୟୁ ହେବା ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି ।

ସକାଳ 7 ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି । ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ଏହା ପୂର୍ବରୁ ଗୁରୁବାର ରାଜ୍ୟରେ ନିର୍ବାଚନ ପ୍ରଚାର ଶେଷ ହୋଇଛି । ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳିଛି ।

election

ରାଜ୍ୟର ମୋଟ 5 କୋଟି 25 ଲକ୍ଷ 38 ହଜାର 659 ଜଣ ଭୋଟର ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ । ସେଥି ମଧ୍ୟରୁ 2 କୋଟି 73 ଲକ୍ଷ 58 ହଜାର 965 ଜଣ ପୁରୁଷ ଏବଂ 2 କୋଟି 51 ଲକ୍ଷ 79 ହଜାର 694 ଜଣ ମହିଳା ଭୋଟର ଅଛନ୍ତି । ସେହିପରି 199 ଆସନରେ ଲଢୁଛନ୍ତି 1862 ପ୍ରାର୍ଥୀ । ରାଜ୍ୟରେ 51 ହଜାର 756 ପୋଲିଂ ବୁଥ୍‌ ସ୍ଥାପନ ହୋଇଛି । ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ମୋଟ 1 ଲକ୍ଷ 2 ହଜାର 290 ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

ଆପଣଙ୍କୁ କହି ରଖୁଛୁ ଗତ 25 ବର୍ଷ ହେଲା ରାଜସ୍ଥାନରେ ପ୍ରତି 5 ବର୍ଷରେ ଥରେ ସରକାର ବଦଳୁଛି । ଏଥର ଏହି ସରକାର ବଦଳ ପ୍ରକ୍ରିୟା ଜାରି ରହିବ ନା କ୍ଷମତାସୀନ କଂଗ୍ରେସ ଆଉ ଥରେ ସରକାର ଏହି ଧାରାରେ ପରିବର୍ତ୍ତନ ଆଣିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ବର୍ତ୍ତମାନ କଂଗ୍ରେସର 107 ବିଧାୟକ ଥିବାବେ‌ଳେ ବିଜେପିର 70, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର 3 ଜଣ, ସିପିଏମ ଏବଂ ଭାରତୀୟ ଟ୍ରାଇବାଲ ପାର୍ଟିର 2 ଜଣ ଲେଖାଏଁ, ରାଷ୍ଟ୍ରୀୟ ଲୋକ ଦଳର ଜଣେ ଏବଂ 13 ଜଣ ସ୍ବାଧୀନ ବିଧାୟକ ଅଛନ୍ତି । ଉଦୟପୁର ଏବଂ କରନପୁର ଆସନ ଖାଲି ପଡ଼ିଛି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ଉପରେ ନିର୍ଭର କରି କଂଗ୍ରେସ ନିର୍ବାଚନୀ ବୈତରଣୀ ପାର୍‌ କରିବାକୁ ନିର୍ଭର କରୁଥିବାବେଳେ ବିଜେପି କଂଗ୍ରେସର ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତିକୁ ଟାର୍ଗେଟ କରିଛି । ଡିସେମ୍ବର 3 ତାରିଖରେ ନିର୍ବାଚନ ଫଳାଫଳ ଆସିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+