ଆସନ୍ତାକାଲି ଭୋଟ୍ ଦେବ ରାଜସ୍ଥାନ, 199 ଆସନ ପାଇଁ ହେ ଭୋଟ୍ ଗ୍ରହଣ
ଜୟପୁର: ଆସନ୍ତାକାଲି ଭୋଟ୍ ଦେବ ରାଜସ୍ଥାନ । ଏହା ପୂର୍ବରୁ ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଗୁରୁବାର ଶେଷ ହୋଇଛି । ରାଜ୍ୟର 200 ଟି ଆସନ ମଧ୍ୟରୁ 199 ଟି ଆସନରେ ଶନିବାର ଭୋଟ୍ ଗ୍ରହଣ ହେବ ।
ଶ୍ରୀ ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କନୌରଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ଶନିବାର ରାଜ୍ୟରେ 5 କୋଟି 25 ଲକ୍ଷ ଭୋଟର ମତଦାନ କରିବେ ।

ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ହେବ ଭୋଟ ଗ୍ରହଣ । 1 ହଜାର 862 ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ପରୀକ୍ଷା ହେବ । ଭୋଟ ଗ୍ରହଣ ପାଇଁ 51 ହଜାର 756 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ହେବ । ରାଜ୍ୟରେ ବର୍ତ୍ତମାନ କଂଗ୍ରେସ କ୍ଷମତାସୀନ ଅଛି ।
ପ୍ରଚାରର ଶେଷଦିନରେ ବିଜେପି ଓ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇଥିଲା । ଇତିମଧ୍ୟରେ ନିର୍ବାଚନ କମିଶନ ପକ୍ଷରୁ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତାକାଲି ସୁଦ୍ଧା ଏହି ନୋଟିସ୍ର ଜବାବ ଦେବାକୁ କମିଶନ ପକ୍ଷରୁ କୁହାଯାଇଛି ।












Click it and Unblock the Notifications